ଓଡ଼ିଶାରେ ନାହିଁ ଆଳୁ , ଉତ୍ତରପ୍ରଦେଶରୁ ଆସିବ ଆଳୁ !
by Argus News
Fri, Jul 26 | 11:18 a.m.

ଭୁବନେଶ୍ୱର:  ଆଳୁ ଦର ଉପରେ ନାହିଁ ନିୟନ୍ତ୍ରଣ । ପଶ୍ଚିମବଙ୍ଗରେ ସମସ୍ୟା ହେଲେ ଓଡ଼ିଶାରେ ବଢୁଛି ଦର । ଓଡ଼ିଶାରେ ହୁହୁ ହୋଇ ବଢୁଛି ଆଳୁ ଦର । ଓଡ଼ିଶା ବଜାରରେ ଆଳୁ ଦର 45 ଟଙ୍କା ଥିବାରୁ ଚିନ୍ତାରେ ଖାଉଟି । ରୋଷେଇ ଘରୁ ଉଭାନ ହେବାକୁ ବସିଛି ଆଳୁ । ପଶ୍ଚିମବଙ୍ଗର ପ୍ରଶାସନର ଆଳୁ କଟକଣା ଯୋଗୁଁ ଓଡ଼ିଶାରେ ହନ୍ତସନ୍ତ ହେଉଛନ୍ତି ଖାଉଟି । ଓଡିଶାକୁ ଆଳୁ ଦେବାକୁ ବାରଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଆଳୁ ଟ୍ରକକୁ ସୀମା ପାର ହୋଇ ଓଡିଶା ଆସିବାକୁ ଦେଉନି ପଶ୍ଚିମବଙ୍ଗ ପୋଲିସ ।

ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା, ସେସବୁକୁ ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଗାଡ଼ି ଫେରାଉଛି ପଶ୍ଚିମ ବଙ୍ଗ ପୋଲିସ । ଯେମିତି ଆଳୁ ଟ୍ରକ ଓଡିଶା ମଧ୍ୟକୁ ପ୍ରବେଶ ନକରେ ସେଥି ପାଇଁ କଡ଼ାକଡ଼ି ଯାଞ୍ଚ କରୁଛି ପଶ୍ଚିମବଙ୍ଗ ପ୍ରଶାସନ। ଓଡ଼ିଶାର ଗୋଦାମ ମାଲିକଙ୍କ ଗାଡି ମଧ୍ୟ ପଶ୍ଚିମବଙ୍ଗରେ ଫସି ରହିଛି । ଆଳୁ ଉତ୍ପାଦନ ଓ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିଲେ ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି । ସେପଟେ ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିରେ ପହଁଚି ଅନୁଧ୍ୟାନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢନ୍ତୁ ଓଡ଼ିଶା ଖବର  

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା