1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI
by Argus News
Sat, Sep 07 | 8:10 p.m.

ନୂଆପଡା: 1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI । ଭିଜିଲାନ୍ସ ଜାଲରେ ନୂଆପଡ଼ା MVI ବିଜୟ ବେହୁରିଆ । ଗାଡ଼ିରେ ଲକ୍ଷେ 32 ହଜାର ନେଇ ଯାଉଥିବାବେଳେ ଧରାପଡ଼ିଲେ । MVIଙ୍କୁ ଖୋର୍ଦ୍ଧା ହସ୍ପିଟାଲ୍ ସ୍କୋୟାରରୁ ଧରିଲା ଭିଜିଲାନ୍ସ ଟିମ୍ । ନଗଦ କ୍ୟାସ୍ ଧରି ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିଲେ MVI । 

ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଘରୋଇ ଗାଡ଼ି ଓ 1 ଲକ୍ଷ 32 ହଜାର ଟଙ୍କା ଜବତ ହୋଇଛି । ଜବତ ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ । MVI ବିଜୟ ବେହୁରିଆଙ୍କୁ ଅଟକ ରଖି ଭିଜିଲାନ୍ସର ପଚରାଉଚରା । MVIଙ୍କ 5ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । 
 

କାଶତଣ୍ଡି
30m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା
ଗାଡକଣ
33m ago
ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ
ଭୁବନେଶ୍ୱର: ଯେଉଁଠି ଦିନେ ସଚିବ କି କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ଭୁବନେଶ୍ୱରର ଗାଡକଣ ସ୍ଥିତ ଶବର ସାହି । ପ୍ରଧାନମନ୍ତ୍ରୀଙ୍କ ପାଇ
ମୋଦି 3.0
42m ago
ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍
ଅର୍ଗସ ବ୍ୟୁରୋ: ତୃତୀୟ ପାଳି ମୋଦି ସରକାରକୁ ପୁରଣ ହୋଇଛି ଶହେ ଦିନ । ଏହି ଅବସରରେ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଲଞ୍ଚ୍ କରିଛନ୍ତି ଏକାଧିକ ବୃହତ୍