ପୁଞ୍ଜିନିବେଶ ଆଣିବା ବେଳକୁ କିନ୍ତୁ ଅନ୍ୟ ରାଜ୍ୟ ଠୁ ବହୁ ପଛରେ ଓଡିଶା
by Argus News
Fri, Jul 26 | 9:31 p.m.

ଅର୍ଗସ ବ୍ୟୁରୋ: ବିଧାନସଭାରେ ଭଟଲି ବିଜେପି ବିଧାୟକ ଇରାସିସ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିଛି ବିଜେଡି ସରକାରଙ୍କ ମିଛ ଶିଳ୍ପାୟନର ସତ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉତ୍ତର ରଖି କହିଛନ୍ତି ଗତ 5 ବର୍ଷ ମଧ୍ୟରେ 512 ବୃହତ ଶିଳ୍ପ ସଂସ୍ଥା ସହ ଏମଓୟୁ ହୋଇଛି। ଏଥିମଧ୍ୟରୁ 30ଟି ବୃହତ୍ତ ପ୍ରକଳ୍ପ ଆଂଶିକ ତଥା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛନ୍ତି । ଏହି ସମୟ ମଧ୍ୟରେ 5 ଲକ୍ଷ 7 ହଜାର 303 ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖିଥିଲା ପୂର୍ବ ବିଜେଡି ସରକାର। ହେଲେ ନବୀନ ସରକାରଙ୍କ ଲଲିପପ୍ ଧରାପଡିଯାଇଛି।  

ପ୍ରଶ୍ନ ଉଠୁଛି ମେକ ଇନ ଓଡିଶା କାହା ପାଇଁ , କାହିଁକି ଏ ପର୍ଯ୍ୟନ୍ତ ସମସ୍ତ 512 ବୃହତ୍ତ ଶିଳ୍ପ ପ୍ରକଳ୍ପରୁ ମାତ୍ର 30ଟିରେ ପୁଞ୍ଜି ନିବେଶ ହୋଇଛି । ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିଥିଲେ ନବୀନ ଓ ପାଣ୍ଡିଆନ । ସରକାର ବିଦେଶୀ ନିବେଶକଙ୍କୁ ଶିଳ୍ପାୟନ ଲାଗି ଆମନ୍ତ୍ରଣ କରିବାକୁ ଦୁବାଇ, ସିଙ୍ଗାପୁର,  ଚୀନ, ଜାପାନ, ଇଟାଲୀ, ଜର୍ମାନ ଓ ସାଉଥକୋରିଆ ପରି ବିଭିନ୍ନ ଦେଶରେ ରାଜ୍ୟ ସରକାର ବଡ ବଡ ବୈଠକ, ରୋଡ୍ ସୋ କରିବା ସହ ବଡ ବଡ ବିଜ୍ଞାପନ ବି ଦେଇଥିଲେ । ଏତେ ସବୁ ପରେ ବି ବିଦେଶ ପୁଞ୍ଜିନିବେଶରେ ଏଭଳି ସ୍ଥିତି ହିଁ ବୟାନ କରୁଛି ଏହା କେବଳ ପ୍ରଚାରରେ ସୀମିତ ଥିଲା । ପାଣି ଭଳିଆ ପଇସା ସିନା ଖର୍ଚ୍ଚ ହେଲା କିନ୍ତୁ ପୁଞ୍ଜିନିବେଶ ହେଲା ନାହିଁ । 

କିଛି ମାସ ତଳେ ସଂସଦରେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଖୋଲିଦେଇଥିଲା ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶର ମିଛ ପ୍ରଚାରର ଗୁମର।  ଅକ୍ଟୋବର 2019ରୁ ସେପେଟେମ୍ବର 2023 ପର୍ଯ୍ୟନ୍ତ 4 ବର୍ଷରେ ଓଡ଼ିଶାରେ ହୋଇଥିଲା ମାତ୍ର 1277 କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା