ଭୁବନେଶ୍ୱରରେ ଗୋଲଡେନ ବୟ ନୀରଜ ଚୋପ୍ରା
by Argus News
Thu, Oct 10 | 5:03 p.m.

ଭୁବନେଶ୍ୱର:  ଭୁବନେଶ୍ୱରରେ ଗୋଲଡେନ ବୟ ନୀରଜ ଚୋପ୍ରା । ବ୍ୟାକ୍ ଟୁ ବ୍ୟାକ୍ ଅଲିମ୍ପିକ ମେଡାଲ ବିଜେତା ନୀରଜ ଚୋପ୍ରାକୁ ଭୁବନେଶ୍ୱରରେ କରାଯାଇଛି ଜୋରଦାର ସ୍ୱାଗତ । ଭୁବନେଶ୍ୱର ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ଏହି ବିଶ୍ୱଚମ୍ପିଆନ ଖେଳାଳି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଅଲମ୍ପିକ ପ୍ରସ୍ତୁତି ପାଇଁ କଳିଙ୍ଗ ଷ୍ଟାଡିଅମରେ ବିତାଇଥିବା ସମୟ ଏବଂ 2018 ମସିହାରେ ସେ ଷ୍ଟାଡିଅମରେ ନେଉଥିବା ପ୍ରଶିକ୍ଷଣ କଥା କହିଛନ୍ତି । 

ଭୁବନେଶ୍ୱରକୁ ସେ ଅତି ନିକଟରୁ ଦେଖିଛନ୍ତି ଏବଂ ବହୁତ ଭୁବନେଶ୍ୱର ସିଟି ବୁଲିଥିବା କଥା କହିଛନ୍ତି । ଜୀବନରେ ସଫଳତା ପାଇଁ ଜିଦି ଆବଶ୍ୟକ ଏବଂ ଯଦି ଆଥଲେଟ ପାଖରେ ଜିଦି ରହିଛି ସବୁକିଛି ହାସଲ କରିପାରିବ । କେବଳ ଖାଲି ଭୁବନେଶ୍ୱର ନୁହଁ ସାଥି ଖେଳାଳିଙ୍କ ସହ ସେ ପୁରୀ ଏବଂ କୋଣାର୍କ ବୁଲିଥିବା କଥା କହିଛନ୍ତି ।  ଅଲିମ୍ପିକ ଅଭିଜ୍ଞତାକୁ ଭୁବନେଶ୍ୱରବାସୀଙ୍କ ସହ ସେୟାର କରିଛନ୍ତି । 

ଓଡିଶାର କାରୁକାର୍ଯ୍ୟ ବିଶେଷ କରି ପଥର ଶିଳ୍ପୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ମୂର୍ତ୍ତିକୁ ପ୍ରଶଂସା କରିବା ସହ ଦେଖିବାକୁ ସୁଯୋଗ ମିଳିଲେ ସେ ସବୁ ନିର୍ମାଣ ଦେଖିବେ ବୋଲି କହିଛନ୍ତି । ଓଡିଶା ସରକାର ସବୁବେଳେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇ ଆସିଛନ୍ତି ଓଡିଶାର ଖେଳାଳୀଙ୍କୁ ଏହି ଭଳି ଭିତ୍ତିଭୂମି ବେଶ ଲାଭଦାୟକ ହେବ ବୋଲି କହିଛନ୍ତି ନୀରଜ । 

ଆହୁରି ପଢନ୍ତୁ ଓଡିଶା ଖବର...

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର