ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ
by Argus News
Sat, Jun 29 | 9:42 p.m.

ଅର୍ଗସ ବ୍ୟୁରୋ: ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ପ୍ରତି ବର୍ଷ ହେଉଥିବା ପବିତ୍ର ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହୋଇସାରିଛି । ଏହି ଯାତ୍ରାର ପ୍ରଥମ ଦିନ ପାଖାପାଖି ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି । ଜାମ୍ମୁରୁ ଶନିବାର ଦିନ ୨୦୦ ଗାଡିର ଦ୍ୱିତୀୟ ବ୍ୟାଚ୍ ପହଲଗାମ ଏବଂ ବାଲଟାଲ ପହଞ୍ଚି ସାରିଛି । ଏହି ଟ୍ରିପରେ ପାଖାପାଖି ୪ହଜାରରୁ ଅଧିକ ଯାତ୍ରୀ ଅଛନ୍ତି । ସମସ୍ତ ଶ୍ରଦ୍ଧାଳୁ ପ୍ରଶାସନର ବ୍ୟବସ୍ଥାରେ ଖୁସି ନଜର ଆସିଥିବା ବେଳେ ଭିଡ ପାଇଁ ସମସ୍ୟା ଦେଖାଦେଇଛି। 

ବାବା ବର୍ଫାନୀ ପର୍ଯ୍ୟନ୍ତ ଯାଉଥିବା ଦୁଇ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦକ୍ଷିଣ କାଶ୍ମୀରର ହିମାଳୟର ପାହାଡରେ ୩ ହଜାର ୮୮୦ ମିଟରର ଉଚ୍ଚତାରେ ଅବସ୍ଥିତ ବାବାଙ୍କ ଗୁମ୍ଫା ମନ୍ଦିରର ୫୨ ଦିନର ଯାତ୍ରା ଦୁଇ ମାର୍ଗରେ ଯାତ୍ରା ହେବ । ଅମରନାଥ ଯାତ୍ରାରେ ସୁରକ୍ଷାର ଦାୟିତ୍ୱ ସିଆଏପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସକୁ ଦିଆଯାଇଛି । ଜାମ୍ମୁଠାରୁ କାଶ୍ମୀର ପୁଣି ଅନନ୍ତନାଗ ଗୁମ୍ଫା ଏବଂ ଅନନ୍ତନାଗରୁ ବାଲଟାଲ ପର୍ଯ୍ୟନ୍ତ ସିକ୍ୟୁରିଟି ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଅଧିକ ପଢ଼ନ୍ତୁ ଭାରତ ଖବର 

ତୃତୀୟ ମହଲା
32m ago
ଆଜିଠୁ ତୃତୀୟ ମହଲା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ
ଭୁବନେଶ୍ୱର: ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା । ଆଜି ଲୋକସେବା ଭବନକୁ ପ୍ରଣାମ ସହ ପୂଜାର୍ଚ୍ଚନା କରି ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ର
AC
33m ago
AC ପାଣିକୁ  ଫିଙ୍ଗି ଦେଉଛନ୍ତି କି ?
ନୂଆଦିଲ୍ଲୀ: ପ୍ରାୟତଃ ଏବେ ସମସ୍ତଙ୍କ ଘରେ ଏସି। ବାହାରର ତାପମାତ୍ରାରେ ସିଜି ସିଜି ଗଲା ପରେ ଘରେ କି ଅଫିସ୍‌ରେ ଟିକେ ଏସିରେ ବସିଗଲେ ଓଃ କି ଶାନ୍ତି
ଦାମୀ ଆମ୍ବ
46m ago
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌
ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣ