କାର-ବାଇକ୍‌ ମୁହାଁମହିଁ, ଚାଲିଗଲା ଜଣଙ୍କ ଜୀବନ
by Argus News
Sat, Apr 06 | 1:18 p.m.

ଅର୍ଗସ ବ୍ୟୁରୋ:  ବୌଦ୍ଧ ଜିଲ୍ଲାର ମହାନଦୀ ବ୍ରିଜ ଉପରେ କାର୍ ବାଇକ ଧକ୍କା । ଗୁରୁତର ମାଆଙ୍କ ମୃତ୍ୟୁ ହୋଇଛି। ପୁଅକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମହାନଦୀ ବ୍ରିଜ ଉପରେ କାର୍ ଓ ବାଇକ ମଧ୍ୟରେ ଧକ୍କା ହୋଇ ଗୁରୁତର ଥିବା କାଦପଡା ଗ୍ରାମର ବୃଦ୍ଧା ପିଜୁଳୀ ପ୍ରଧାନ ଓରଫ ଗୁରୁବାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ଥିବା ବୃଦ୍ଧାଙ୍କ ପୁଅ ସୁଜିତ ପ୍ରଧାନଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି ।

ଆଜି ମାଆ ପୁଅ ଏକ ବାଇକରେ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ମହାନଦୀ ପୋଲ ଉପରେ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚାଲି ଯାଇଥିଲା l ମାଆ ଓ ପୁଅଙ୍କୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ଜଣଙ୍କର ମୃତ୍ୟିୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

MODI
ପ୍ରଶ୍ନବାଣରେ ବିଜେଡିକୁ ଘାଇଲା କଲେ ମୋଦି
ଅର୍ଗସ ବ୍ୟୁରୋ: କେନ୍ଦ୍ର ଯୋଜନାକୁ ହଡପ କଲେ ଆଉ ତ୍ରାହି ନାହିଁ । ବହୁତ ହୋଇଗଲା, ଏବେ ଆକ୍ସନ । ବିଜେଡି ସରକାରରେ ଭରା ଦୁର୍ନୀତି ଚାଲିଛି । କେନ୍ଦ୍ର ଗରିବ ଲୋକଙ୍କ ଲାଗି କୋଟି କୋଟି ଟଙ୍କ
IPS
ପୁଣି ବିବାଦରେ IPS ଆଶିଷ ସିଂ , ECIଙ୍କ ପାଖରେ ବିଜେପି ଫେରାଦ
ଅର୍ଗସ ବ୍ୟୁରୋ : ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଲାଣି ପଦର ଦୂରୁପଯୋଗ । କାରଣ ଚାକିରି ସରକାରୀ ହେଲେ କାମ ବିଜେଡି ସମର୍ଥିତ । ସେଇଥି ଲାଗି ତ ଆକ୍ସନ ନେବାକୁ ସଜ ହେଲାଣି ନିର୍ବାଚ
MODI
ଜୁନ୍‌ ୪ରେ ଏକ୍ସପାଏରୀ ଶଙ୍ଖର
ଅର୍ଗସ ବ୍ୟୁରୋ : ବ୍ରହ୍ମପୁରର ବର୍ଷିଲେ ମୋଦି । ବିଜେଡି ସରକାର କେମିତି କେନ୍ଦ୍ର ଯୋଜନାକୁ ହଡପ୍ କରି ନିଜ ଷ୍ଟିକର ମାରି ସବୁ ହଡପ୍‌ କରୁଛି ସେନେଇ ବି ଖୋଲିଲେ ଗୁମର । ଏହାସ