ଯୁବକଙ୍କୁ ଖଣ୍ତାରେ ଆକ୍ରମଣ, ଜଣେ ଗୁରୁତର
by Argus News
Fri, May 24 | 10:17 a.m.

ଅର୍ଗସ ବ୍ୟୁରୋ:  ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ହଣ୍ତିଗୁଡା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଧ ଭାବେ ଖଣ୍ତାରେ ଆକ୍ରମଣ କରିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି l  ହାଣ୍ତିଗୁଡା ଗ୍ରାମର ଶତୃଘନ୍ନ ଗୋଛାୟତ ଗାଁ କୋଠଘରେ ସୋଇଥିବା ବେଳେ ଗ୍ରାମର ଦୟାନିଧି ସାହୁ କୋଠଘରେ ପହଞ୍ଚି ଏଠାରେ କାହିଁକି ସୋଇଛକୁ କହି ଶତୃଘନ୍ନ ଗୋଛାୟତଙ୍କୁ ଗାଳିଗୁଳଜ କରିବା ସହିତ ମାଡପିଟ କରିଥିଲେ l ତେବେ ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲେ ଏବଂ ଉଭୟ ସେଠାରୁ ନିଜନିଜ ଘରକୁ ପଳାଇଥିଲେ l

ଏହାର କିଛିସମୟ ପରେ ଦୟାନିଧି ସାହୁ ଦଃଶାସନ ବେହେରା,ସୁନିଲ ପ୍ରଧାନ,ତ୍ରଇଲକ୍ୟ ପ୍ରଧାନଙ୍କ ସହି ଖଣ୍ତ କଟୁରୀ ନେଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଖଣ୍ତା କଟୁରୀରେ ଆକ୍ରମଣ କରିଥିଲେ l ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ପଡିଜିବାରେ ସମସ୍ତେ ସେଠାରୁ ଫେରାର ହୋଇ ଜାଇଥିଲେ l ଏହା ଦେଖି ଗୋବିନ୍ଦଙ୍କ ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତିକରିଥିଲେ l ତେବେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତୁ l ତେବେ ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା