ବର୍ଷାରେ ଲାଗିବନି ବ୍ରେକ୍
by Argus News
Sun, Jul 21 | 5:07 p.m.

ଭୁବନେଶ୍ୱର: ବର୍ଷାରେ ଲାଗିବନି ବ୍ରେକ୍। ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ। ୨୫/୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ହେବ ଘନୀଭୂତ । ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ଗତକାଲି ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ଚିଲିକା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଏକ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଲଘୁଚାପ ଛତିଶଗଡ ମୁହାଁ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ବର୍ଷା କମିଛି । ତେବେ ସକ୍ରିୟ ମୌସୁମୀ ନିମ୍ନଚାପରେଖା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ପ୍ରବଳ ବର୍ଷା ନେଇ ଆଜି ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ଆସନ୍ତା କାଲି ପ୍ରବଳ ବର୍ଷା ନେଇ ଉତ୍ତର ଉପକୂଳ ଓଡ଼ିଶାର କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଏବଂ ସମ୍ବଲପୁରକୁ ହଳଦିଆ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ସହରିଆ ଅଞ୍ଚଳରେ ଆକସ୍ମିକ ବନ୍ୟାର ପରିସ୍ଥତି ସୃଷ୍ଟି ହେବା ସହ ଦୃଶ୍ୟମାନ ଦୂରତା କମିବ । ଉପକୂଳରେ ମେଘୁଆ ଆକାଶ ସହ ସ୍ଥାନେ ସ୍ଥାନେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । 

ସେହିଭଳି ୨୪ ତାରିଖରେ ବର୍ଷାର ପରିମାଣ କମିବ । ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ପୁଣି ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ସେପଟେ ଓ୍ବେଲମାର୍କ ଲୋପ୍ରେସରର ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗର ପବନ ବହିବା ସମ୍ଭାବନା ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା