150ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ
by Argus News
Fri, Jul 12 | 6:56 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଅପହଞ୍ଚ ବସୁଧା। ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଅଞ୍ଚଳବାସୀ। ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ଗଦରିପଦର । 25 ବର୍ଷ ଧରି ବିଜେଡି ସରକାର ଗାଁ ଗାଁ ବିକାଶର ନାରା ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଗ୍ରାଉଣ୍ଡରେ ବାସ୍ତବ ଚିତ୍ର  କିଛି ଅଲଗା। ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇ ଥିଲେ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ସଂଘର୍ଷ କରୁଛନ୍ତି ଗଦରିପଦରବାସୀ। ଗାଁରେ 35ରୁ ଅଧିକ ପରିବାରର 150ରୁ ଅଧିକ ଲୋକ ବସବାସ କରୁଥିବାବେଳେ ଗୋଟିଏ ମାତ୍ର ନଳକୂପ ରହିଛି। ଦୁଇ ତିନି ମାସକୁ ଥରେ ଏହି ନଳକୂପ ଅଚଳ ହୋଇଯାଏ। ଚୁଆଁ  ପାଣି ସାଜେ  ଏମାନଙ୍କ ସାହାରା। ଗ୍ରାମରେ ଗୋଟିଏ ମାତ୍ର ନଳକୂପ ଥିବାରୁ ଗରା,ବାଲ୍ଟି ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ମହିଳାଙ୍କୁ।

ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ସମସ୍ୟା ଜଣାଇବା ପରେ ମଧ୍ୟ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ,। ମିଳିଛି ତ  କେବଳ ମିଛ ପ୍ରତିଶୃତି। ଏବେ ବଦଳିଛି ସରକାର। ରାଜ୍ୟରେ ନୂତନ ବିଜେପି ସରକାର ଆସିବା ପରେ ପାନୀୟ ଜଳର ସମସ୍ୟା ସମାଧାନ ହେବ ବୋଲି ଆଶା ରଖିଛନ୍ତି ଦୁର୍ଗମ ବାସୀ ।କେବେ ଗ୍ରାମରେ ଦୂର ହେବ ପାନୀୟ ଜଳର ସମସ୍ୟା । କେବେ ଗଦରିପଦର ବାସୀ ପାଇବେ ସରକାରୀ ସୁବିଧା ତାହା ଦେଖିବା ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା