ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ: ଏସ୍‌ ଜୟଶଙ୍କର
by Argus News
Sun, Sep 29 | 9:05 p.m.

ଅର୍ଗସ ବ୍ୟୁରୋ:  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘର ସାଧାରଣ ସଭାରେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି  ପାକିସ୍ତାନ ଦଖଲ କରିଥିବା କଶ୍ମୀର (ପିଓକେ)ପ୍ରସଙ୍ଗର ସମାଧାନ ଏବେ କରିବାକୁ ପଡିବ। ସେ କହିଛନ୍ତି ଯେ ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ ଏବଂ ପାକିସ୍ତାନର କାର୍ଯ୍ୟକଳାପ ନିଶ୍ଚିତ ଭାବେ ଓଲଟା ପରିଣାମ ଦେବ। ପିଓକେ ପ୍ରସଙ୍ଗରେ ଜୟଶଙ୍କର ଜାତିସଂଘରେ ଏଭଳି କହି ଚୀନ୍‌-ପାକିସ୍ତାନକୁ ଆଇନା ଦେଖାଇଛନ୍ତି।

ମିଳିତ ଜାତିସଂଘର ସାଧାରଣ ସଭାର (ୟୁଏନଜିଏ) ୭୯ତମ ଅଧିବେଶନକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସମାଧାନ ହେବାକୁ ଥିବା ଏକମାତ୍ର ପ୍ରସଙ୍ଗ ହେଉଛି ପାକିସ୍ତାନକୁ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ ଖାଲି କରିବା ଏବଂ ଆତଙ୍କବାଦ ସହ ଦୀର୍ଘ ଦିନ ପାକିସ୍ତାନର ସହଯୋଗକୁ ବନ୍ଦ କରିବା । ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟିଏ ପ୍ରସଙ୍ଗର ସମାଧାନ ବାକି ଅଛି ଯେ ପାକିସ୍ତାନ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରି ଆତଙ୍କବାଦ ସହ ଦୀର୍ଘ ଦିନର ସମ୍ପର୍କ ଛାଡିବା ଉଚିତ। ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିଶ୍ବର  ବିପରୀତ ଅଟେ।

ସେ କହିଛନ୍ତି ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀଙ୍କୁ ନିଷେଧାଦେଶ ମଧ୍ୟ ରାଜନୈତିକ କାରଣରୁ ବାଧାପ୍ରାପ୍ତ ହେବ ନାହିଁ। ପାକିସ୍ତାନକୁ ଏଥିରେ କୌଣସି ପଡୋଶୀ ଦେଶର ସହାୟତା ମିଳିଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଜୟଶଙ୍କର ଚୀନ୍ ଉଦ୍ଦେଶ୍ୟରେ କହିଛନ୍ତି। ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବରରେ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ୨୦ମିନିଟରୁ ଅଧିକ ଭାଷଣରେ ସେ ଧାରା ୩୭୦ ଏବଂ ହିଜବୁଲ ଆତଙ୍କବାଦୀ ବୁରହାନ ୱାନିଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

ଖାଲରେ ଫଶିଲା
47m ago
ଖାଲରେ ଫଶିଲା ହାତୀ: ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ: କାଲହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶ୍ବରେ ଥିବା ଖାଲରେ ସକାଳୁ ହାତୀ ପଡିଯାଇଥିବା ଦେଖିବାକୁ ମିଲିଛି। ବାହାରକୁ ବହାରିପାର
ଡୁଙ୍ଗଲେଇ ପାହାଡ଼ରେ
57m ago
ଡୁଙ୍ଗଲେଇ ପାହାଡ଼ରେ ଆକ୍ରମଣ: ୫ ଗୁରୁତର
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟି ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି
FORESTER
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ
ଅର୍ଗସ ବ୍ୟୁରୋ: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା। ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀରେ CCF ଟିମର ବିଭାଗୀୟ ତଦନ୍ତ ଜାରି। ସଞ୍ଜୟଙ୍କ ସୁସାଇଡ ନୋଟ୍ ଆଧାରର