ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ
by Argus News
Thu, Jul 25 | 2:55 p.m.

ଭୁବନେଶ୍ୱର:  ପେପର ଲେସ୍ ହେବ ବିମାନ ସେବା । ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ । ଡିଗି ଯାତ୍ରା ଆପ୍ ଜରିଆରେ ବିମାନ ବନ୍ଦରରେ ହେବ ଚେକ ଇନ୍ । ଏହାଦ୍ୱାରା କଣ୍ଟାକ୍ଟ ଲେସ୍ , ସିକ୍ୟୋର ହେବ ବିମାନ ଯାତ୍ରା । ଫଳରେ ଯାତ୍ରୀଙ୍କୁ ଆଉ ବେଶୀ ସମୟ ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡିବନି ।  

ସାରା ଦେଶରେ 12 ଟି ବିମାନ ବନ୍ଦର ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବାବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଠାରୁ ଆରମ୍ଭ ହୋଇଛି ।  ମୋବାଇଲରେ ଡିଗି ଯାତ୍ରା ଆପକୁ ଇନଷ୍ଟଲ କରିବେ ।  ପରେ ବୋଡିଙ୍ଗ୍ ପାସ୍ ର ସଫ୍ଟ କପିକୁ ଆପରେ ଅପଲୋଡ଼୍ କରିବେ । ବୋଡିଙ୍ଗ୍ ଗେଟ୍ ରେ ଫେସିଆଲ୍ ରେକଗନାଇଜେସନ୍ ପରେ ବିମାନକୁ ପ୍ରବେଶ କରିପାରିବେ । ଫଳରେ ଭିଡ କମିବ । ଯାତ୍ରା ସହଜ ହେବ । 

ତେବେ ଭୁବନେଶ୍ୱରରେ ଏହି ସୁବିଧା ଗତକାଲିଠୁ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଏହାଦ୍ୱାରା ଯାତ୍ରୀମାନେ ମଧ୍ୟ ବେଶ ଉପକୃତ ହେଉଥିବା ପ୍ରତିକ୍ରିୟା ରଖିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ରାପିଡ ରେଲ୍
4m ago
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
6m ago
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
48m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା