ପୁଣି ଆଳୁ ଦର ବଢିବା ନେଇ ଆଶଙ୍କାରେ ଓଡିଶାର ଖାଉଟି
by Argus News
Thu, Nov 28 | 7:22 p.m.

ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଙ୍ଗ ମନମାନୀ । ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ । ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବୁଧବାର ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗ - ଓଡିଶା ସୀମାନ୍ତ ବେଲଦା ନିକଟରେ ଅଟକିଛି ଶହ ଶହ ଆଳୁ ଟ୍ରକ । ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଟ୍ରକ ଗୁଡିକୁ ଅଟକାଇଛି ପଶ୍ଚିମବଙ୍ଗ ପ୍ରଶାସନ । 

ତେବେ ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ମମତା କହିଛନ୍ତି, ବର୍ତ୍ତମାନ ପଶ୍ଚିମବଙ୍ଗରେ ଆଳୁ ଦର ଅଧିକ ରହିଛି । ନୂଆ ଆଳୁ ଯାଇ ୨୦୨୫ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଶେଷ ସପ୍ତାହରେ ବାହାରିବ । ତେଣୁ ବର୍ତ୍ତମାନ ଗଚ୍ଛିତ ଥିବା ଆଳୁ  ପଶ୍ଚିମବଙ୍ଗର ଚାହିଦା ପ୍ରଥମେ ପୂରଣ କରିବ । ପଶ୍ଚିମବଙ୍ଗରୁ ଆଳୁ ଯାଇ ଅନ୍ୟ ରାଜ୍ୟରେ ଚଢା ଦରରେ ବିକ୍ରି କରିବାକୁ ଦିଆଯିବ ନାହିଁ । ଆଉ ଯେ ପର୍ଯ୍ୟନ୍ତ ନୂଆ ଆଳୁ ନବାହାରିଛି, ସେ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ଦିଆଯିବନି ବୋଲି ସଫା ସଫା ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ତେବେ ମୁଖ୍ୟମନ୍ତ୍ରୀଙ୍କ ଏ ନିଷ୍ପତ୍ତିକୁ ସେଠାକାର ବ୍ୟବସାୟୀ ସଂଘ ନାପସନ୍ଦ କରିଛନ୍ତି.. କହିଛନ୍ତି ପଶ୍ଚିମବଙ୍ଗରେ ଆଳୁର ସଂଙ୍କଟ ନାହିଁ. ପଡୋଶୀ ରାଜ୍ୟକୁ  ଆଳୁ ନ ଦେଲେ ବକେୟା ପଇସା ବି ମିଳିବନି

ସେପଟେ ଆଳୁ ଗାଡି ନଆସିବାରୁ ତାର ପ୍ରଭାବ ଓଡିଶା ବଜାରରେ ଦେଖିବାକୁ ମିଳିଲାଣି । ଏ ହେଉଛି କଟକ ଛତ୍ର ବଜାରର ଦୃଶ୍ୟ । ଆଳୁ ନେବା ପାଇଁ ଲାଗିଛି ଲୋକଙ୍କ ଭିଡ଼ । ବୁଧବାର ଆଳୁ କିଲୋ ପିଛା ୨୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଧଡା ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । ଆଜି ସକାଳୁ ପଶ୍ଚିମବଙ୍ଗରୁ ଛତ୍ର ବଜାରକୁ ୪ଟି ଗାଡି ଆସିଥିବା ବେଳେ ଆସନ୍ତାକାଲି ଗାଡି ଆସିବ କି ନାହିଁ ତାହା ଅନିଶ୍ଚିତତା ଭିତରେ । ଯଦି ଦିନେ ଦୁଇ ଦିନ ଭିତରେ ଆଳୁ ନଆସେ ତେବେ ଦର ବଢିବ ବୋଲି କହିଛନ୍ତି ବ୍ୟବସାୟୀ ସଙ୍ଘ ସମ୍ପାଦକ । ଗ୍ରାହକ ମଧ୍ୟ ଆଗକୁ ଆଳୁ ଦର ବଢିବାକୁ ନେଇ ଚିନ୍ତାରେ ପଡିଲେନି । 

ଅନ୍ୟପଟେ ଓଡିଶା ସୀମାରେ ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଯୋଗାଣ ମନ୍ତ୍ରୀ । ଆଳୁ ଟ୍ରକ ରୋକିବା ଘଟଣାରେ ଭାଇ ଭଉଣୀ ସମ୍ପର୍କକୁ ଦାୟୀ କଲେ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଭାଇ କହିଥିବେ ବୋଲି ଭଉଣୀ ବନ୍ଦ କରିଥିବେ କିମ୍ବା ଭାଇ ଚିଠି ଲେଖିଥିବେ, ସେଥିପାଇଁ ଆଳୁ ଦେଉନାହାନ୍ତି ।  ତେବେ ଗ୍ରାହକଙ୍କ କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର । 

ତେବେ ମମତାଙ୍କ ଏ ନିଷ୍ପତ୍ତି ପଛରେ ପଶ୍ଚିମବଙ୍ଗବାସୀଙ୍କ ସ୍ଵାର୍ଥ ଅଛି ନା ରାଜନୈତିକ ଅଭିସନ୍ଧି ରଖି ଓଡିଶାକୁ ଆଳୁ ବନ୍ଦ କରିଛନ୍ତି ତାହାକୁ ନେଇ ଉଠୁଛି ବଡ ପ୍ରଶ୍ନ ।

ଇସ୍କନ
22m ago
ବାଂଲାଦେଶରେ ଇସ୍କନର ଚିନ୍ମୟ ପ୍ରଭୁଙ୍କ ଗିରଫକୁ ତୀବ୍ର ବିରୋଧ
ଅର୍ଗସ ବ୍ୟୁରୋ: ବାଂଲାଦେଶରେ ଇସ୍କନର ଚିନ୍ମୟ ପ୍ରଭୁଙ୍କ ଗିରଫକୁ ତୀବ୍ର ବିରୋଧ। ପ୍ରତିବାଦରେ ଆରମ୍ଭ ହୋଇଛି ପ୍ରଦର୍ଶନ। ଇସ୍କନ ପୁଣ୍ଡରୀକ ଧାମ ଅଧ୍ୟକ୍ଷ ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିଛ
ଧର୍ମେନ୍ଦ୍ର ପ୍ରଧାନ
ଶ୍ରୀ ଚନ୍ଦ୍ରଶେଖେନ୍ଦ୍ର ସରସ୍ବତୀ ବିଶ୍ବ ମହାବିଦ୍ୟାଳୟ ‍ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅର୍ଗସ ବ୍ୟୁରୋ: ୨ ଦିନିଆ ତାମିଲନାଡ଼ୁ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ସେ କାଞ୍ଚିପୁରମର କାମାକ୍ଷି ଆମ୍ମା ମନ୍ଦିରରେ ଦର୍ଶନ କରିଛନ୍ତି । ଏହା ସହ କଞ୍ଚ
ପନ୍ନୁ
ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ପନ୍ନୁକୁ ଓଡ଼ିଶା ପୋଲିସର ମୁହଁତୋଡ ଜବାବ
ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ନେତା ପନ୍ନୁ ଜାରି କରିଥିବା ଏଇ ଭିଡିଓ ଏବେ ଚର୍ଚ୍ଚାରେ । 3 ଦିନିଆ ଡିଜି କନଫେରସେନ ଆଗରୁ ଖୋଲାଖୋଲି ଧମକାଉଛି ପନ୍ନୁ। କହୁଛି ଟେମ୍ପଲ ସିଟି ନୁହେଁ ଟେରର ସିଟ
MAHANADI TRIBUNAL
ମହାନଦୀରେ ଆଉ ରହିବନି ଜଳ ସଙ୍କଟ
ଅର୍ଗସ ବ୍ୟୁରୋ: ମହାନଦୀରେ ଆଉ ରହିବନି ଜଳ ସଂକଟ। ବର୍ଷରେ ୮ ମାସ ଆଉ ଶୁଖିଲା ପଡ଼ିବନିନଦୀ ଶଯ୍ୟା। ଛତିଗଡ଼ ଯେତେ ରୋକିଲେ ବି ତଳ ମୁଣ୍ଡରେ ହେବନି ପାଣିର ଅଭାବ। ୨୪ ବର୍ଷ ଶାସନରେ ଯାା
PATATO PRICE
ପୁଣି ଆଳୁ ଦର ବଢିବା ନେଇ ଆଶଙ୍କାରେ ଓଡିଶାର ଖାଉଟି
ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଙ୍ଗ ମନମାନୀ । ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ । ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବୁଧବାର ମଧ୍ୟରାତ୍ରିର