ଘର ବାହୁଡା଼ ହେଲେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକେ
by Argus News
Mon, Oct 28 | 5:36 p.m.

ଅର୍ଗସ ବ୍ୟୁରୋ:  ଇଏ ଦଇବର ଦାଉ। କେଇ ଘଣ୍ଟାର ଝଡ଼ ପବନ ଉଜାଡ଼ି ଦେଲା ସବୁ କିଛି। ଜୀବନ ସିନା ବଞ୍ଚିଗଲା କିନ୍ତୁ ଏବେ ଚାଲିଛି ଜିଇଁବା ପାଇଁ ସଂଘର୍ଷ। ଦାନା ଜନିତ ପବନ ଓ ବର୍ଷା ଏ ଗରିବଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ସତ କିନ୍ତୁ ଛଡ଼ାଇ ନେଇପାରି ନାହିଁ ବଞ୍ଚିବାର ଇଚ୍ଛା। ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ହେବ, ସେଥିପାଇଁ ତ ଭୋକ ପେଟରେ ବି ସଜଡ଼ା ଚାଲିଛି ଉଜୁଡ଼ା ଘର। ପଲିଥିନ୍ ପକାଇ କଚ୍ଚା ଘରର ଛାତ ଢାଙ୍କିବାରେ ବ୍ୟସ୍ତ ଅସହାୟ ପରିବାର। କାଦୁଅ ଭର୍ତ୍ତି ଘର ଭିତରେ ସଜାଡୁଛନ୍ତି ଘରକରଣା ଜିନିଷ।

ବାତ୍ୟା ପରେ ନଦୀକୁଳିଆ ଗାଁ ଗୁଡ଼ିକରେ ସ୍ଥିତି ଅସମ୍ଭାଳ। ଉଦଳା ବ୍ଲକ୍ ରାଢ଼ୋ ପଞ୍ଚାୟତର ଦାଢ଼ିଆସାହି, ନୁଆସାହି, ଟୁଲଖାଣିଆ । ଟାଙ୍ଗଣା ନଦୀ କୂଳବର୍ତ୍ତୀ ଏ ଗାଁ ଗୁଡିକରୁ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇଥିଲା । ଘରକୁ ଫେରିବା ପରେ ଅଧିକାଂଶଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଗରିବଙ୍କୁ ଆବାସ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ଅଛି। କିନ୍ତୁ ବିଜେଡି ସରକାରର ଚରମ ଅବହେଳା ଓ ଅପାରଗତାର ଶିକାର ଏମାନଙ୍କ ଭଳି ଲକ୍ଷ ଲକ୍ଷ ଓଡ଼ିଆ। ଏବେ ଆଶା ବିଜେପି ସରକାରରେ ବଦଳିବ ଭାଗ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାତ୍ୟା ପରେ ବନ୍ୟା
6m ago
କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର
ଅର୍ଗସ ବ୍ୟୁରୋ: ଇଏ ଦଇବର ଦାଉ । କେଇ ଘଣ୍ଟାର ଝଡ଼ ପବନ ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ଅନେକ କ୍ଷୟକ୍ଷତି କଲା। ବାତ୍ୟା ଯିବା ପରେ ଏବେ ଲୋକଙ୍କ ଉପରେ ପଡ଼ିଛି ବନ୍ୟାର କଷଣ। ପ୍ରବଳ ବର୍ଷ
GOVERNMENT
14m ago
ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆସନ୍ତା କାଲି ଏହି ଯୋଜନା
VIGILANCE
45m ago
୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର
ଅର୍ଗସ ବ୍ୟୁରୋ: ପ୍ରଦୀପ କୁମାର ରଥ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନରେ ଏ ବାବୁ ଥିଲେ ଆଡିସନାଲ ଚିଫ୍ ଇଞ୍ଜିନିୟର। ତାଙ୍କ ଘରେ ଭିଜିଲାନ୍ସ ଚଢାଉରୁ ମିଳିଥିଲା ୧୦କୋଟ