ଡାକ୍ତରଖାନାର ସମସ୍ୟାକୁ ଦାବି କରି ଅଞ୍ଚଳବାସୀଙ୍କ ଧାରଣା
by Argus News
Thu, Mar 28 | 8:16 p.m.

କଟକ : ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି  ଅଞ୍ଚଳବାସୀଙ୍କ ଡାକ୍ତରଖାନା ଆଗେରେ ଧାରଣା। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଗନ୍ନାଥପୁର ଠାରେ। ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନାହାନ୍ତି, ସମସ୍ତ ଔଷଧ ମିଳୁନି , ଆବଶ୍ୟକୀୟ ପରୀକ୍ଷା ପାଇଁ ଲାବରେଟୋରିରର କର୍ମଚାରୀ ଅଭାବ ଏଭଳି ବିଭିନ୍ନ ସମସ୍ୟା ନେଇ ଡାକ୍ତରଖାନା ଆଗରେ କୁଣ୍ଡି ଅଞ୍ଚଳର ଲୋକେ ଧାରଣାରେ ବସିଥିଲେ। ଏହି ସବୁ କାରଣରୁ ରୋଗୀ ଦେବା ପାଇପାରୁନାହାନ୍ତି ଫଳରେ ଗରିବ ଲୋକଟିଏ ବାଧ୍ୟ ହୋଇ ଜୀବନ ବଞ୍ଚାଇବାକୁ ବହୁ ଅର୍ଥ ଖର୍ଚ୍ଚ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ଏନେଇ ବାରମ୍ବାର ସେମାନେ ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଜଣାଇଥିଲେହେଁ କୌଣସି ସୁଫଳ ମିଳୁନି ବୋଲି ସେମାନେ କହିଛନ୍ତି। ତେବେ ଆଗାମୀ ଦିନରେ ଦାବି ପୂରଣ ନହେଲେ ସେମାନେ ସମୁହଁ ଭୋଟ ବର୍ଜନ କରିବା ସହ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏ ସବୁ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଛନ୍ତି ବୋଲି ମେଡିକାଲ ଅଫିସର କହିଛନ୍ତି। 

HEALTH
17m ago
ରସୁଣକୁ କେମିତି ବ୍ୟବହାର କରିପାରିବେ
ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବ
ବିଜେଡିର ଇସ୍ତାହାରକୁ
30m ago
ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। `ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କାଗଜର ଦସ୍ତାବିଜ୍' । `ବିଜେଡିର ଇସ୍ତାହା
CAMPAIGNING
ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ
ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବ