କୂଅରୁ ବାହାରୁଛି ପେଟ୍ରୋଲ , ୪ ପରିବାର ଆତଙ୍କିତ
by Argus News
Thu, Jun 06 | 4:06 p.m.

ନୂଆପଡା:  କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରୁଛି । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଘଟଣା ପୂରା ସତ ।   ପାଣି ବଦଳରେ ମେଂଚା ମେଂଚା ବାହାରୁଛି ପେଟ୍ରୋଲ...
 କୂଅରେ ବାଲ୍‌ଟି ପକାଇଲେ  ଆସୁଛି ପେଟ୍ରୋଲ।   ଦେଖନ୍ତୁ ଏ ଦୃଶ୍ୟକୁ ବାଲଟିରେ କେମିତି ଆସିଛି ପେଟ୍ରୋଲ । ଆଉ ଏହି ପେଟ୍ରୋଲ  ମିସା ପାଣିରେ ଲାଗୁଛି ନିଆଁ। ଯେଉଥିପାଇଁ ୪ ପରିବାର ଭୟରେ କାାଟୁଛନ୍ତି ଜୀବନ।  ଏପରି ଏକ ଘଟଣା ଘଟିଛି  ନୂଆପଡ଼ା ଜିଲ୍ଲା ସିନାପାଲି ରାମଛକ ସହିସପଡାରେ । 

କୂଅରେ ପେଟ୍ରୋଲ ମିଶା ପାଣି ଯୋଗୁଁ ହଇରାଣ ହେଉଛନ୍ତି ଲୋକେ ।  ଏହି ଗୋଟିଏ କୂଅ ଉପରେ ଗ୍ରାମର ଅଧିକାଂଶ ଲୋକେ ନିର୍ଭଳଶୀଳ। ରୋଷଇ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥାଏ ଏହି କୂଅ ପାଣି ।  ଏବେ କୂଅରୁ ପେଟ୍ରୋଲ ବାହାରୁ ଥିବାରୁ ଲୋକେ  କୂଅ ପାଣି ବ୍ୟବହାର ହୋଇପାରୁନଥିବା ଯୋଗୁଁ ହୋଟେଲରୁ ଖାଇବା ଆଣି ଖାଉଛନ୍ତି।  ତେବେ ନିକଟରେ  ଶ୍ରୀରାମ ଛକରେ ଏକ ପେଟ୍ରୋଲ ପମ୍ପ ଅଛି । ସେଠାର ଟାଙ୍କିରୁ ପେଟ୍ରୋଲ ଲିକ୍  ହୋଇ କୂଅକୁ ଆସୁଥିବା ଅଭିଯୋଗ  କରିଛନ୍ତି ଲୋକେ। । ତେଣୁ ପେଟ୍ରୋଲ ଟ୍ୟାଙ୍କଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଛନ୍ତି । 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା