୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ସହ ଜଣକୁ ଗିରଫ କଲା ପୋଲିସ
by Argus News
Tue, Apr 09 | 2:50 p.m.

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗକୁ ବଡ ସଫଳତା । ୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ଜବତ କରି ଜଣକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ହେଲେ ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି  ଗାଁର ନବୀନ ପୁଟା ।

ସୂଚନା ଅନୁସାରେ, ଏକ ଚାରିଚକିଆ ଟାଟା ଏସି ଗାଡ଼ିରେ ମହୁଲ ନେଇକି ବେଆଇନ ବିକ୍ରୟ ପାଇଁ ଅନ୍ୟତ୍ର ନେଉଥୁବାର ଖବର ପାଇଥିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀ ପ୍ରବୀଣ ସାହୁଙ୍କ ତତ୍ୱାବଧାନ ରେ ଚଢ଼ାଉ କରିଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତୁରେକେଲା - ଲାଠୋର ଯିବା ରାସ୍ତା ତୁରେକେଲା କଲେଜ ପାଖରେ ସକାଳ ୭ ଟା ସମୟରେ ଧରାପଡ଼ିଥିବା ସୂଚନା ଦେଇଛନ୍ତି । ଚାଳକ ଜଣକ ନିଜେ ହିଁ ଗାଡି ମାଲିକ ବୋଲି ଜଣାପଡିଛି । ଜବତ ମହୁଲ ମୂଲ୍ୟ ଆନୁମାନିକ ୪୦ ହଜାରରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଜଣାପଡିଛି ।

TEA
12m ago
ଆନ୍ତର୍ଜାତୀୟ ଚା' ଦିବସ
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଅଧା ରହିଯାଏ। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରେ ମଧ୍ୟ ଚା ଏବଂ କଫ
ନୀଳଗିରିରେ ପହଞ୍ଚି
23m ago
ନୀଳଗିରିରେ ପହଞ୍ଚି ଦୁଇଟି ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ କଲେ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଏବେ ଜଣେ କଳାପାହାଡ଼ ଚଳାଉଛି। ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ନୀଳଗିରିର
ଆଇସକ୍ରିମ
38m ago
ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....
ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପା