ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ
by Argus News
Sun, Oct 06 | 12:35 p.m.

ଅର୍ଗସ ବ୍ୟୁରୋ:  ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାରେ ଚଢେଇଗାଁର ଅଭିଯୁକ୍ତଙ୍କ ଘରେ ପୋଲିସ ଚଢ଼ାଉ । ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ । ଗତ ମାସ 20 ତାରିଖରେ ନାଉଗାଁ ଥାନା ଅଞ୍ଚଳର ତୁମ୍ବେଶ୍ବର ମନ୍ଦିରରୁ ମୂର୍ତ୍ତି ଶିବଲିଙ୍ଗ ଓ ଜଗତସିଂହପୁର ଥାନା ଅଞ୍ଚଳର ସାଇଣ୍ଟୋ ଗ୍ରାମରେ ଥିବା ମା କୁତାମଚଣ୍ଡୀ ମନ୍ଦିରରୁ ମୂର୍ତ୍ତି ଓ ଅଳଙ୍କାର ଏବଂ ଅନ୍ୟାନ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ଉଭୟ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଗତକାଲି ବାଲିପାଟଣା ଥାନା ଅଞ୍ଚଳ ଦୁଲାଦେଇ ଓ ବେଲେଶ୍ବର ଦୁଇଟି ମନ୍ଦିରରୁ ଚୋରି ସମୟରେ ଗ୍ରାମବାସୀ ଅନ୍ନଦା ପ୍ରସନ ଜେନାକୁ ଧରିବାରେ ସଫଳ ହୋଇ ପୋଲିସର ଜିମା ଦେଇଥିଲେ ।

ଅନ୍ୟପଟେ ନାଉଗାଁ ଓ ଜଗତସିଂହପୁର ଥାନା ଅଞ୍ଚଳରୁ ମନ୍ଦିରରୁ ଚୋରି ଘଟଣାରେ ସେହି ଅଭିଯୁକ୍ତର ସୂଚନା ପାଇବା ପରେ ଉଭୟ ଥାନାର ପୋଲିସ ଅଭିଯୁକ୍ତର ଗାଁ ଚଢେଇଗାଁର ନିର୍ମଳା ଆଚାର୍ଯ୍ୟଙ୍କ ଘରେ ପହଂଚି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ କୁ ଘର ପଛ ପଟୁ ମାଟି ତଳୁ ଖୋଳି ଜବତ କରିବା ସହିତ ନିର୍ମଳା ଆର୍ଚଯ୍ୟ ଓ ତାଙ୍କ ବଡ଼ପୁଅ କୁ ହେପାଜତ କୁ ନେଇ ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛି ପୋଲିସ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗର୍ଭବତୀ
20m ago
ଗର୍ଭବତୀଙ୍କୁ ଦିଆଯାଇଛି  Expiry ମେଡିସିନ୍
ଯାଜପୁର: ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାଇରୀ ମେଡିସିନ୍ । ଦୁଇ ମାସ ପୂର୍ଵରୁ ଔଷଧଗୁଡିକ ଏକ୍ସପାଇରୀ ହୋଇସାରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁ
POLICE
ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ
ଅର୍ଗସ ବ୍ୟୁରୋ: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାରେ ଚଢେଇଗାଁର ଅଭିଯୁକ୍ତଙ୍କ ଘରେ ପୋଲିସ ଚଢ଼ାଉ । ଚଢ଼ାଉ କରି ମୂର୍ତ୍ତି ସମେତ ମୂଲ୍ୟବାନ ସାମଗ୍ରୀ ଜବତ
INCIDENT
ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍