ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ
by Argus News
Tue, Oct 15 | 1:23 p.m.

ଅର୍ଗସ ବ୍ୟୁରୋ : ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ । କହିଲେ, "ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ ।  ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । କିନ୍ତୁ ଭଲ ମନ୍ଦ କିଏ ବୁଝୁଛି । ମୋତେ ଦୁଃଖ ଲାଗୁଛି ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ସେ ପରା କହିଥିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି, କାହିଁ କହୁଥିଲେ । ସେ ଭୁଲ ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ । ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା ।  

ଅଧିକ ପଢନ୍ତୁ ଓଡିଶା ଖବର

ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁନାହାନ୍ତି ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ଏତେ କାମ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ଭଳି ଲୋକ ମିଳିବେ । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କଣ ହେବ । ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କଣ ହେବ । ମୁଁ ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି । 
 

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ