ତ୍ରୁଟି ପୂର୍ଣ୍ଣ ଚିକିତ୍ସା ପାଇଁ ପ୍ରସୂତି ମହିଳାଙ୍କ ମୃତ୍ୟୁ
by Argus News
Thu, Feb 08 | 11:20 a.m.

ବଲାଙ୍ଗୀର:  ଟିଟିଲାଗଡ ଶିଶୁ ଓ ମାତୃ ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ମହିଳା ହେଉଛନ୍ତି ବିନୋଦିନୀ ଛତର । ବୟସ 25 ବର୍ଷ । ସେ ଟିଟିଲାଗଡ ବ୍ଲକ ସିହିନି ଗାଁର ବୋଲି ଜଣାପଡିଛି । ଭୂଲ୍ ଇଞ୍ଜେକସନ ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର, ଟିଟିଲାଗଡ SDPOଙ୍କ ସମେତ ଥାନା ଅଧିକାରୀ ଓ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021