ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ
by Argus News
Mon, Oct 14 | 2:52 p.m.

ଢେଙ୍କାନାଳ: ସରିଲା ଦୂର୍ଗତିନାସିନୀ ମା ଦୂର୍ଗାଙ୍କ ପୂଜା । ଦୂର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ । ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହେଲାଣି ଢ଼େଙ୍କାନାଳ ସହର । ସହର ସାରା ଖେଳି ଗଲାଣି ଗଜଲକ୍ଷ୍ମୀ ପୂଜାର ମହକ । ଚଳିତ ଥର ଧୁମ୍ ଧାମରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷାରେ ଢେ଼ଙ୍କାନାଳବାସୀ । ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକ ମାଳାରେ ଝଳସିବ ପୁରା ସହର । ପୂଜାର ପ୍ରସ୍ତୁତି ନେଇ ଲାଗି ପଡିଲେଣି କର୍ମକର୍ତ୍ତା । ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ  ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ମା'ଙ୍କ ଆରାଧନା । ମୋଟ ୩୮ ଟି ପୂଜା ମଣ୍ଡପରେ ବୈଦିକ ରୀତିନୀତିରେ ପୂଜା ପାଇବେ ମା' ଧନଦାତ୍ରୀ । 

ଢ଼େଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଚଳିତ ଥର ଆଡମ୍ବର ସହ ଧୁମଧାମରେରେ ପାଳିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଢ଼େଙ୍କାନାଳବାସୀ ।

ପୂର୍ବ ବର୍ଷ ଭଳି ମୀନା ବଜାର, ରାତିରେ ମେଢ଼ ବୁଲା, ଚଟ ପଟା ଖାଦ୍ୟ ସାଙ୍ଗକୁ ରାମ ଦୋଳି, ମୌତ କା କୁଆ ର ମଜା ନେଇପାରିବେ ଶ୍ରଦ୍ଧାଳୁ । ହସ୍ତ କଳା,ହସ୍ତ ଶିଳ୍ପକୁ ଦୁଷ୍ଟି ଆଗରେ ରଖାଯାଇ ଏଥର ମହିଷା ପାଟ ପଡିଆରେ ପଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଦୁଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ୍ କରାଯିବାର ସୂଚନା ରହିଛି । କିଛି ପୂଜା ମଣ୍ଡପ ଚଳିତ ଥର ହୀରକ ଜୟନ୍ତୀ ପାଳନ କରୁଥିବାରୁ କମିଟି ଗୁଡିକ ପକ୍ଷରୁ ସ୍ଵତ୍ତନ୍ତ୍ର ସାଂସ୍କତିକ କାର୍ଯ୍ୟକ୍ରମର ଆଯୋୟୋନ କରାଯାଉଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ମୋହନ ମାଝୀ
7m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
15m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
50m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ