ରୋଷଶାଳାକୁ ଯିବା ପୂର୍ବରୁ ପରୀକ୍ଷା ହେବ ଅବଢା ସାମଗ୍ରୀର ମାନ
by Argus News
Fri, Sep 27 | 7:17 p.m.

ପୁରୀ: ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାରର ପ୍ରଶ୍ନ ଉଠୁନାହିଁ। ତେବେ ତିରୁପତି ଓ ଅନ୍ୟ କେତେକ ମନ୍ଦିରରେ ପ୍ରସାଦର ମାନକୁ ନେଇ ବିବାଦ ହେବା ପରେ ଶ୍ରୀମନ୍ଦିର ମହାପ୍ରସାଦର ସୁଦ୍ଧତାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଅବଢ଼ା ପ୍ରସ୍ତୁତ ପାଇଁ ରୋଷଶାଳାକୁ ସାମଗ୍ରୀ ଯିବା ପୂର୍ବରୁ ଏବଂ ଭୋଗ ଲାଗିସାରିବା ପରେ ମହାପ୍ରସାଦର କରାଯିବ ମାନ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିସହ ଶ୍ରୀମନ୍ଦିରରେ ନିୟମିତ ମାନ ପରୀକ୍ଷା ପାଇଁ ଫୁଡ୍ ଇନ୍ସପେକ୍ଟର ନିୟୋଜିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା କହିଛନ୍ତି ଆଇନମନ୍ତ୍ରୀ । ଅବଢାର ଶୁଦ୍ଧତା ଅକ୍ଷୁର୍ଣ୍ଣ ରଖିବା ଲାଗି ରାଜ୍ୟ ସରକାରଙ୍କ ଏ ନିଷ୍ପତିକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ । 

ରୋଶଶାଳାକୁ ଯିବା ପୂର୍ବରୁ ଅବଢା ସାମଗ୍ରୀର ମାନ ଯାଞ୍ଚକୁ ବଡ଼ୁ ସୁଆର ନିଯୋଗ ସ୍ବାଗତ କରିଥିବା ବେଳେ ଭୋଗ ପରେ ମାନ ପରୀକ୍ଷାକୁ ନେଇ ଉଠାଇଛନ୍ତି ଆପତ୍ତି। ସେପଟେ ଆନନ୍ଦବଜାରରେ ବାସି ଅବଢା ବିକ୍ରୀ ଉପରେ ରୋକ୍ ଲାଗଯିବା ସହ ତାର ମାନ ଯାଞ୍ଚ କରାଯିବାକୁ ଦାବି କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।  

ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ବେଳେ ବରାଦୀ ଭୋଗ, ଶୁଖୁଲି ଭୋଗ ଓ ଦୀପରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି। ସେଦୃଷ୍ଟିରୁ ଏହାକୁ ଗୁରୁତର ସହ ନେଇ ଓ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟ ସରକାର ନେଇଥିବା ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ କରାଯାଇଛି ସ୍ବାଗତ। 

ଆହୁରି ପଢନ୍ତୁ ଓଡିଶା ଖବର...

ELECTIONS
11m ago
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25
ODISHA CONCLAVE
15m ago
ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଲୋଗୋର ନାମ ହେଉଛି ଉତ୍କର୍ଷ ଓଡିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ
GOVERNMENT
20m ago
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍