ରେଞ୍ଜ ରୋଭର ଗାଡି ଧକ୍କାରେ ଲୋପାମୁଦ୍ରାଙ୍କ ମୃତ୍ୟୁ
by Argus News
Sun, Nov 05 | 2:42 p.m.

ଅର୍ଗସ ବ୍ୟୁରୋ : ଭାଇ ଏଠି ବାହୁନି ବାହୁନି କାନ୍ଦୁଛି। ବାରମ୍ବାର କହୁଛି ମୋ ଭଉଣୀ ଆଉ ଦୁନିଆରେ ନାହିଁ। ମୋ ଭଉଣୀକୁ ଫେରେଇଆଣ। ପୁରା ଘର କାନ୍ଦୁଛି। ଭଉଣୀ ବାରମ୍ବାର ଚେତା ବୁଡ଼ିଯାଇଛି। ଆଉ ରାଗିକି କହୁଛି ମୋ ଭଉଣୀର ଲୁହ ତୁମ ଉପରେ ନିଶ୍ଚିତ ପଡ଼ିବ। ହେ ଭଗବାନ କାହିଁକି ଏମିତି ଦୁଃଖ ଦେଲ? ଆମକୁ ଆଉ କିଏ ତାଗିଦ କରିବ? ମୋର ଯାହା ଦରକାର ମୋତେ କିଏ ଆଣିଦେବ?


ଗତ ମଙ୍ଗଳବାର ରାଜଧାନୀର ପାୱାର ହାଉସ ଛକରେ ଏକ ଦାମୀ ଗାଡ଼ି ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିଲେ। ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବତୀ ଜଣଙ୍କ ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅନ୍ୟାସିପୁର ଗ୍ରାମର କୈଳାଶ ସାହୁଙ୍କ ଝିଅ ଲୋପାମୁଦ୍ରା ସାହୁ। ବୟସ ୨୪। ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅଙ୍କ ତଥା ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଭାଇର ଦାମୀ ରେଞ୍ଜ ରୋଭର ଗାଡି ଲୋପାମୁଦ୍ରାଙ୍କୁ ଧକ୍କା  ଦେଇଥିବା ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। 


ଲୋପାମୁଦ୍ରାଙ୍କ ମୃତଦେହ ନିଜ ଗ୍ରାମରେ ପହଞ୍ଚିବାପରେ କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଗାଁ। ଏହି ଘଟଣାରେ ବରୀ ଅଞ୍ଚଳର ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋପାମୁଦ୍ରାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଚାକିରୀ କରି ପରିବାର ପୋଷୁଥିବା ଗରିବ ଝିଅର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପରିବାର ଏବେ ସ୍ତବ୍ଧ ହୋଇଯାଇଛି l ମୃତକ ଲୋପାମୁଦ୍ରା ସାହୁଙ୍କ ପରିବାରକୁ କେବେ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା। ରାସ୍ତାରେ କଣ ଏମିତି ଗାଡ଼ି ଚଲାଯାଏ। ବଡ଼ ଘରର ଦାମୀ ଗାଡ଼ି କଣ ଏମିତି କାହାର ନିରୀହ ଜୀବନ ନେଇପାରେ। ଏ ପ୍ରଶ୍ନ ସମସ୍ତଙ୍କୁ। 


ଅଧିକ ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା