ଅର୍ଗସ ବ୍ୟୁରୋ: ଅଧାରେ ଅଟକି ଯାଇଛି କି ଆପଣଙ୍କ ସୁଭଦ୍ରା ଆବେଦନ ? ୱେବସାଇଟରେ ଦେଖାଉଛି କି ଅଣ୍ଡର ପ୍ରୋସେସ ? କଣ କରିବେ ? କାହା ପାଖକୁ ଯିବେ ? କେମିତି ପାଇବେ ସୁଭଦ୍ରା ଟଙ୍କା ? ତାକୁ ନେଇ ବ୍ୟସ୍ତ ହେଉଛନ୍ତି କି ? ଆପଣ ମାନଙ୍କ ପାଇଁ ସହଜ ଓ ସରଳ ଉପାୟ ସହ ସମସ୍ୟାର ସମାଧାନ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଣ୍ଡର ପ୍ରୋସେସ୍ ଦେଖାଉଥିବା ପ୍ରାୟ ୫ ଲକ୍ଷ ୧୧ ହଜାର ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର ଦେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, କେୱାଇସି ଅପଡେଟ୍ ହୋଇନଥିବାରୁ ଅଟକିଛି ଏହି ସବୁ ଆବେଦନ । ଓଟିପି ଜରିଆରେ କେୱାଇସି କରିଥିଲେ ବାଓମେଟ୍ରିକ ଜରିଆରେ କେ୍ୱାଇସି କରିବାକୁ ଅପିଲ୍ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏହି ସବୁ କେ୍ୱାଇସି ଯାଞ୍ଚ ପରେ ଯାଇ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ତେଣୁ ଅଧିକ ବ୍ୟସ୍ତ ବିବ୍ରତ ନହୋଇ କମନ୍ ସର୍ଭିସ ସେଣ୍ଟର କିମ୍ବା ଜନ ସେବା କେନ୍ଦ୍ରରେ କେୱାଇସି ଯାଞ୍ଚ କରିବାକୁ କୁହାଯାଇଛି ।
ସେହିପରି ବର୍ତ୍ତମାନ ସୁଦ୍ଧା ଅପ୍ଟ ଆଉଟ ହୋଇଥିବା 31 ହଜାର ମହିଳା ଙ୍କ ପାଇଁ ମଧ୍ୟ ଡିଆଯାଇଛି ଆଉ ଏକ ସୁଯୋଗ । ସେମାନେ ମଧ୍ୟ ସୁଭଦ୍ରା ପୋର୍ଟାଲ ରେ ଅଭିଯୋଗ କରି ପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବାତିଲ ହୋଇଥିବା 2 ଲକ୍ଷ 81 ହଜାର ଆବେଦନର 15 ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷା ରତ ହୋଇ ପଡିଛି । ତେଣୁ ସେମାନେ ପୋର୍ଟାଲରେ ଆବେଦନ କରି ସୁଭଦ୍ରା ଯାଞ୍ଚ ଗାଁ ଆସୁଥିବା ଅଧିକାରୀଙ୍କୁ ସାହାଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସୁଭଦ୍ରା ଟଙ୍କା ମାଆ ମାନଙ୍କ ମୁହଁରେ ହସ ଫୁଟାଇବା ସହ ଶସକ୍ତ ଓ ସ୍ବାବଲମ୍ବୀ କରି ତୋଳିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଲେଖିଥିବା ଏକ ଆର୍ଟିକିଲି ରେ ଉଲ୍ଲେଖ କରିଥିଲେ ଯେ ସରକାର ଯଦି ମୁଣ୍ଡ ପିଛା ଟଙ୍କାଟିଏ ଖର୍ଜ କରନ୍ତି, ଅର୍ଥନୀତି 4.8 ଗୁଣା (ପାଖାପାଖ 5 ଗୁଣା) ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହାକୁ 'ମଲ୍ଟିପ୍ଲାୟର୍ ଇଫେକ୍ଟ' ବୋଲି କୁହାଯାଇଥାଏ । ଏହି ଅନୁସାରେ ଦେଖିଲେ, ଓଡ଼ିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଜଣ ପିଛା ମିଳୁଥିବା ବାର୍ଷିକ 10,000 ଟଙ୍କା, ଆମ ଅର୍ଥନୀତିକୁ ବାର୍ଷିକ ପ୍ରାୟ 50,000 ଟଙ୍କାର ଲାଭ ପ୍ରଦାନ କରିବ । ସେହିପରି, 5 ବର୍ଷରେ ରାଜ୍ୟ ସରକାର ଏଥିପାଇଁ ବହନ କରିବାକୁ ଯାଉଥିବା ମୋଟ 55,825 କୋଟି ଟଙ୍କା, ଓଡ଼ିଶାର ଅର୍ଥନୀତିକୁ ପ୍ରାୟ 2.5 ଲକ୍ଷ କୋଟି ଟଙ୍କାର ଲାଭ ପ୍ରଦାନ କରିବ । କେବଳ ସୁଭଦ୍ରା ନୁହେଁ ଧାନ ବୋନସ୍ ପାଇଁ ମାର୍କେଟ କୁ ବା ସାଧାରଣ ଲୋକଙ୍କ ଖାତା କୁ ପ୍ରାୟ ୫ ହଜାର କୋଟି ରୁ ଅଧିକ ଟଙ୍କା ଛାଡିଛନ୍ତି ବିଜେପି ସରକାର ।