ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
by Argus News
Sat, Jul 06 | 5:08 p.m.

ପୁରୀ: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ ।  ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ, ଆଉ ଶେଷରେ ଲାଗିଲା ତାଳଧ୍ୱଜ ରଥ । ପଟିଦିଅଙ୍କ ଠାରୁ ରଥଖଳାକୁ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ ନେଲା ତିନି ରଥ । 3 ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଥିଲା । 

ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ଯାଇଥିଲା 3 ରଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ ମହାପ୍ରଭୁ । ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଗୁଣ୍ଡିଚା ଯାତ୍ରା ପଡୁଥିବାରୁ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । 

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ
 

ସେପଟେ ଏଥର ରଥଯାତ୍ରା ଦେଖିବା ପାଇଁ ଓଡ଼ିଶା ଆସିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ସେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତା ରଥଯାତ୍ରା ବେଳେ ସେ ୯ ଦିନ ଧରି ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।
ଅନ୍ୟପଟେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରଥଯାତ୍ରା ଦେଖିବାକୁ ଓଡ଼ିଶା ଆସୁଛନ୍ତି । ସେ ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
 

ରାଜଭବନ ରାଜନୀତି
29m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ