ବେହାଲ ରାସ୍ତା ଲୋକେ ହିନସ୍ତା
by Argus News
Tue, Jul 16 | 6:24 p.m.

ଅର୍ଗସ ବ୍ୟୁରୋ:  କିଭଳି ଖାଲ ଖମା ସହ କାଦୁଅରେ ଭରି ରହିଛି ପୁରା ରାସ୍ତା । 25 ବର୍ଷର ବିଜେଡି ସରକାରରେ ନୂଆପଡ଼ା ଜିଲ୍ଲା କୋଟେନଚୁଆଁ ପଞ୍ଚାୟତ ଖଜୁରୀ ବାହାଲ ଗାଁକୁ ହୋଇପାରିଲାନି ପକ୍କା ରାସ୍ତା । ଯାନ ବାହାନ କଥା ଛାଡ଼ନ୍ତୁ ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ବିପଦପୂର୍ଣ୍ଣ । ସୁନାରିଟାଲ୍ ରୁ ଖଜୁରୀ ବାହାଲ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ଯୁଆଡ଼େ ଦେଖିବେ ବଡ଼ ବଡ଼ ଖାଲ । ଦୀର୍ଘ ଦିନର ସ୍ଥିର ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିଲା ଏହି ରାସ୍ତା ହିଁ ସତ ବୟାନ କରୁଛି । ବିଶେଷ କରି ବର୍ଷା ଦିନେ ଲୋକଙ୍କ ଅବସ୍ଥା ନକହିଲେ ଭଲ । ଛଅ ମାସ ତଳେ ଏହି ରାସ୍ତା କାମ ହୋଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ରାସ୍ତା ମରାମତି ନେଇ ଆଜି ଯାଏ ପ୍ରଶାସନର ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି । ସେପଟେ ଶୋଚନୀୟ ରାସ୍ତା କାମରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କହିଛନ୍ତି ନୂଆପଡ଼ା ବ୍ଲକ ଉନ୍ନୟନ ଅଧିକାରୀ । କିନ୍ତୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ...  ନୂଆ ସରକାରରେ ମୌଳିକ ସୁବିଧା ପାଇବେ ବୋଲି ଆଶାବାଦୀ ଅଛନ୍ତି ଖଜୁରୀ ବାହାଲ ଗାଁଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା