ବନ୍ଧବାହାଲରେ ଗୁଳିମାଡ଼, ବେଲପାହାଡ଼ରେ ଛୁରାମାଡ଼; ଜଣେ ମୃତ
by Argus News
Tue, Jul 16 | 11:55 a.m.

ଝାରସୁଗୁଡା: ଝାରସୁଗୁଡାରେ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧବାହାଲରେ ଗୁଳିମାଡ଼ ହୋଇଥିବାବେଳେ ବେଲପାହାଡ଼ରେ ହୋଇଛି ଛୁରାମାଡ଼ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକ ଠାରେ ୨୪ ବର୍ଷୀୟ ଜଗା ସାହୁଙ୍କୁ ଛୁରାମାଡ କରି ଫେରାର ହୋଇଛନ୍ତି ଦୁର୍ବୁତ୍ତ । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗା ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପାହାଡ଼ସ୍ଥିତ ସ୍ଥାନୀୟ ଡାକ୍ତରଖାନାକୁ ଭର୍ତ୍ତି କରିଥିବାବେଳେ ଅଧିକ ଚିକିତ୍ସା ପାଇଁ ଜଗାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । 

ତେବେ ବାଟରେ ଆହତଙ୍କର ମୃତ୍ୟୁ ଘଟିଛି । ସେପଟେ ରାତିରେ ଝାରସୁଗୁଡା ରାମ୍ପେଲା ବ୍ରିଜ ନିକଟରେ ଗୁଳି ମାଡ ହୋଇଛି । ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆହତ ଜଣଙ୍କ ବନ୍ଧବାହାଲର ମନୋଜ ବାରିକ ବୋଲି ଜଣାପଡିଛି । ଅଣ୍ଟାରେ ଗୁଳି ବାଜିଥିବା ବେଳେ ପ୍ରଥମେ ଏମସିଏଲ ଡ଼ିସ୍ପେନସାରିରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସମ୍ବଲପୁରର ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ଗୁଳିମାଡ଼ ଘଟଣାରେ ଦୁଇ ଯୁବକକୁ ପୋଲିସ ଅଟକ ରଖିଥିବାବେଳେ ଦୁଇଟି ବନ୍ଧୁକ ସହ ୧୮ ଟି ଜୀବନ୍ତ ଗୁଳି ଜବତ କରିଛି ।

ଆହୁରି ପଢନ୍ତୁ ଓଡିଶା ଖବର...


 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା