ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା, ମେଡିକାଲରେ ପହଞ୍ଚିଲେ ଝିଅ ଓ ଜ୍ୱାଇଁ
by Argus News
Sat, Jun 29 | 1:35 p.m.

ଅର୍ଗସ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା। ତାଙ୍କୁ ମୁମ୍ୱାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଠାତ୍‌ ଏମିତି କଣ ହେଲା ଯେ, ସେ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା। କହିବାକୁ ଗଲେ ଏବେ ନିକଟରେ ପାଞ୍ଚ ଦିନ ପୂର୍ବେ ଝିଅ ବାହାଘର କରିଥିଲେ ଶତ୍ରୁଘ୍ନ ସିହ୍ନା। ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜୁନ୍‌ ୨୩ ତାରିଖ ଦିନ ଜହିର ଇକବାଲଙ୍କୁ ବିବାହ କରିଛନ୍ତି। ଉଭୟ ସିଭିଲ ମ୍ୟାରେଜ କରିଛନ୍ତି, ପରେ ମୁମ୍ୱାଇରେ ଏକ ଭବ୍ୟ ରିସପସନର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଲିଉଡର ସବୁ ଅଭିନେତା ଓ ଅଭିନତ୍ରୀ ନିମନ୍ତ୍ରିତ ହୋଇଥିଲେ। ସୋନାକ୍ଷୀ ଓ ଜହିରଙ୍କ ବିବାହ ଫଟୋ ଓ ଭିଡିଓ ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ତାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ପହଞ୍ଚିଲେ ଜ୍ୱାଇଁ ଓ ଝିଅ।

ଶତ୍ରୁଘ୍ନ ଆଡମିଟ ହୋଇଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତାରେ ପଡିଯାଇଛନ୍ତି। ତେବେ ଚିନ୍ତାର କୌଣସି କାରଣ ନାହିଁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଝିଅ ବାହାଘର ପାଇଁ ଦୌଡା ଧାପଡାରେ ତାଙ୍କ ଶରୀର ଓ ମସ୍ତିଷ୍କ ଉପରେ ବେଶ୍‌ ଚାପ ପଡିଥିଲା। ଏହି କାରଣରୁ ତାଙ୍କର ରୁଟିନ ଚେକଅପ ହେଉଛି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ହସ୍ପିଟାଲରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

HINA KHAN
1m ago
କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଭିଡିଓ ଭାଇରାଲ...
ଅର୍ଗସ ବ୍ୟୁରୋ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ତାଙ୍କୁ କିଏ ବା ନଜାଣେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ହେଉ ଅବା ତାଙ୍କର ସୁନ୍ଦରତା ପାଇଁ ହେଉ ସେ ଖୁ
KUSUMA
26m ago
କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମୁନି ବିବାଦ
ଅର୍ଗସ ବ୍ୟୁରୋ: ଯାଜପୁରରେ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମିବାର ନା
BJD
58m ago
କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ବିଧାୟକ
ଅର୍ଗସ ବ୍ୟୁରୋ: ମହିଳାଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେଡି ବିଧାୟକ। ଉତ୍ତର ଦେବା ବଦଳରେ କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ । ରାଜନଗର ବିଜେଡି ବିଧାୟକ ଧ୍ରୁ