ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଗଲା ଏସଓପି
by Argus News
Sat, Jul 13 | 7:44 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନକୁ ଦିଆଗଲା ଏସଓପି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଦିଆଗଲା । ଅର୍ଦ୍ଧଶତାବ୍ଦୀର ପ୍ରତୀକ୍ଷାର ହେବ ଅନ୍ତ । ଓଡ଼ିଆ ଅସ୍ମିତାର ଲଢ଼େଇରେ ଲାଗିବ ଚୂଡ଼ାନ୍ତ ବିଜୟ ଟିକା । ଆସିବ SOP, 14 ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନ ଚୋରି ହୋଇଥିବା ଆଶଙ୍କା ଭିତରେ ଆରମ୍ଭ ହେବ ରତ୍ନ ଗଣତି ।  24 ବର୍ଷ ଧରି ଜାଣିଶୁଣି ରତ୍ନଗଣତିକୁ ଗଡ଼ାଇ ଚାଲିଥିଲେ ବିଜେଡି ସରକାର । 

ତଦାରଖ କମିଟି ସଦସ୍ୟଙ୍କ ସହ ସରକାରଙ୍କ ଦ୍ବାରା ଚୟନ ହୋଇଥିବା ବଣିଆ ରତ୍ନଭଣ୍ଡାରକୁ ଯିବେ । ବଣିଆ ରତ୍ନ ଅଳଙ୍କାର ଚିହ୍ନଟ କରିବେ ଓ ଗଣତି ମଣତି କରିବେ ତଦାରଖ କମିଟି ସଦସ୍ୟ ।  ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ । ତେଣୁ ଭିତର କାଠ ପାଖରେ ଏକ କୋଠରୀ ଅସ୍ଥାୟୀ ଭାବେ ଚୟନ କରାଯାଇଛି । 

 ଅତ୍ୟନ୍ତ ସ୍ଵଛତା ରଖିବା ପାଇଁ RBI ର ସହାୟତା ନିଆଯିବ ।  ସେମାନେ ସେଠି ରହିବେ ।  ମ୍ୟାନେଜିଂ ଟିମ ରହିବେ ।  ମନ୍ଦିର ମୁଖ୍ୟ ଅଧିକାରୀ ରହିବେ ।  ପ୍ରଭୁଙ୍କ ପ୍ରତିଟି ଅଳଙ୍କାର ସଂଖ୍ୟା, ଗୁଣାତ୍ମକ ମାନ, ଡିଜିଟାଲ ଲାଇବ୍ରେରୀ କରାଯିବ । ଆଗାମୀ ଦିନରେ ରେଫ୍ରାନ୍ସ ଡ୍କ୍ୟମେଣ୍ଟ ପାଇଁ ଏହି ଭିଡିଓ ଗ୍ରାଫି ଆଗାମୀ ଦିନରେ ସହାୟକ ହେବ । SOP ର ସ୍ପଷ୍ଟ ଚିତ୍ର ମନ୍ଦିର ପ୍ରଶାସନକୁ ଦିଆଯାଇଛି ।  ରତ୍ନଭଣ୍ଡାର ଭିତରକୁ ବିଶେଷଜ୍ଞ ଟିମ ଯିବ । ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଟିମ ହୋଇଛି । ASI ପ୍ରତିନିଧି ରହିବେ । ମନ୍ଦିର ଭଣ୍ଡାର ସହ ଲିଙ୍କ ଥିବା ଲୋକେ ମଧ୍ୟ ରହିବେ
ଚାବି ଯେଉଁଟା ଅଛି ସେହି ଚାବି ହସ୍ତନ୍ତ୍ରଣ ହେବ । ଯଦି ସେହି ଚାବିରେ ନ ଖୋଲିବ ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅନ୍ୟତ୍ର ବ୍ୟଶତଃ ହେବ । 

୨୪ ବର୍ଷ ସରକାର ଏ ଭଣ୍ଡାର ଖୋଲିନଥିଲେ । ଏହି ନୂଆ ସରକାର କଥା ରଖି କଥା ରଖୁଛନ୍ତି । ଗତ ଥର ୭୨ ଦିନ ଲାଗିଥିଲା ।  କିନ୍ତୁ ଏଥର ଆମେ ଶୀଘ୍ର ପାଇଁ ଚେଷ୍ଟା କରିବୁ । ଗତ ସରକାର ବିଭିନ୍ନ କମିଶନକୁ ଲୁଚାଇ ରଖିଥିଲେ, କିନ୍ତୁ ଆମେ ସବୁ ରିପୋର୍ଟ ପବ୍ଲିକ କରିବୁ । ପ୍ରତିଦିନ ରତ୍ନ ଭଣ୍ଡାର ସମ୍ପର୍କରେ ଯାହା ଖବର ସାର୍ଵଜନୀନ୍ ହେବା କଥା ତାହା ଜଣାଯିବ । 
ASI ପ୍ରତିନିଧି କାଲି ସେଇଠି ରହିବେ ଯଦି ମରାମତି ପାଇଁ ସେମାନେ ଯାଞ୍ଚ କରି କହିବେ ତେବେ ଆମେ ସେ ପ୍ରତି ଧ୍ୟାନ ଦେବୁ । ଗତ ସରକାର ଅନେକ ଭୁଲ ଭାଲ କାମ କରିଥିଲେ, ଆମେ ସେ ବିଷୟରେ ଗୁରୁତ୍ୱ ଦେଉ ନାହୁଁ । ଆମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାମ କରିବୁ । 

ଆହୁରି ପଢନ୍ତୁ ରଥଯାତ୍ରା-2024 ଖବର...

ହରିୟାଣା ନିର୍ବାଚନ
16m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
26m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
55m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ