ଭଦ୍ରକ: ପରାଜୟ ଭୟରେ ରକ୍ତମୁଖା ସାଜିଛି ବିଜେଡି । ବାସୁଦେବପୁର କରଞ୍ଜମାଳ ଧାନକୁଟା ଛକରେ ରାଜ୍ୟ BJP ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ସ୍ଥାନୀୟ BJD ନେତା ରମେଶ ନାୟକ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଧାମରା ୭ ପଞ୍ଚାୟତର BJD ସଭାପତି ଅଛନ୍ତି BJD ନେତା ରମେଶ ନାୟକ । ଦୁଇଟି ଗାଡ଼ି ଭାଙ୍ଗି ରୁଜି ଯାଇଥିବାବେଳେ ୭ ରୁ ଅଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି ।
ଧାନକୁଟା ଛକ ନିକଟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସହ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂଙ୍କୁ ବିଜେଡି ଦଳର ନେତା ରମେଶ ନାୟକ, ତାଙ୍କ ଭାଇ ଓ ସମର୍ଥକ ମରଣାଆତ୍ମକ ଆକ୍ରମଣ କରିଥିଲେ । ଅଭିଳାଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମରା ମେଡିକାଲ ପରେ ବସୁଦେବପୁର ସ୍ଥାନାନ୍ତର କରାଯାଇଛି । ବିଜେପି କର୍ମୀଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି କରଞ୍ଜମାଳ ଛକରେ ରାସ୍ତାରୋକ କରାଯାଇଛି ।
ଆହୁରି ପଢନ୍ତୁ ରାଜନୀତି ଖବର...