ବାତ୍ୟା 'ଦାନା'ର ପ୍ରଭାବ, ଫଟୋ କହୁଛି ଯୋଦ୍ଧାଙ୍କ କାହାଣୀ...
by Argus News
Thu, Oct 24 | 11:41 a.m.

ଅର୍ଗସ ବ୍ୟୁରୋ:  ଓଡିଶା ଅନେକ ବାତ୍ୟା ଦେଖିଛି। ଏହି ବାତ୍ୟା ତାହା ପାଇଁ କିଛି ନୂଆ ନୁହେଁ। ହେଲେ ଗୋଟିଏ ପରେ ଗୋଟିଏ ବାତ୍ୟା ଓଡିଶା ମୁହାଁ ହୋଇଛି। ଅନେକ କିଛି କ୍ଷୟକ୍ଷତି କରିଛି ଏବଂ ଓଡିଶା ପରେ ମୁଣ୍ଡ ଟେକି ଛିଡା ମଧ୍ୟ ହୋଇଛି। ଏଭଳି ପରିସ୍ଥିତିରେ ସର୍ବଦା ଆମ ସୁରକ୍ଷାରେ ଥାନ୍ତି କିଛି ଏଭଳି ଯୋଦ୍ଧା ଯାହାଙ୍କୁ ଆମେ ଯେତେ ପ୍ରଶଂସା କଲେ ବି ତାହା କମ। ଠିକ ଏଭଳି କିଛି ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି। ବାତ୍ୟାର ବାସ୍ତବ ଯୋଦ୍ଧା । ଧାମରାରେ କୁନି କୁନି ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ପୋଲିସ କର୍ମୀ ।

 

ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା । ଧାମରାରେ କିଛି କୁନି କୁନି ପିଲା ଫସିଯାଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଉଛି।

ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । NDRF ଓ ଓଡରାଫ୍ ଟିମ୍ ମୁତୟନ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ କରାଯାଇଛି ସ୍ଥାନାନ୍ତର ।

 

 

ବାତ୍ୟା ମୁକାବିଲା ପାଇଁ
22m ago
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନ
ଦାନା ମୁକାବିଲା
30m ago
ଦାନା ମୁକାବିଲା; ରାଜ୍ୟ ବିଜେପି କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ଭୁବନେଶ୍ୱର: ଆମ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା "ଦାନା"ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅବସ୍ଥା ତଥା ଏହାର ନିରାକରଣ ସଂକ୍ରାନ୍ତୀୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯା
ବାତ୍ୟା ପାଇଁ
31m ago
ବାତ୍ୟା ପାଇଁ କୋଲକାତା ବିମାନବନ୍ଦରରୁ ବିମାନ ବାତିଲ୍‌
ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାର