ଦାୟିତ୍ଵ ବାହାରେ କାମ କଲେ କଡା ଆକ୍ସନ
by Argus News
Fri, Sep 27 | 7:12 p.m.

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର ୨୨- ୨୦୨୧ । କଟକ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୋଟୁ ଥାନା ଅଧିକାରୀ ଶୁଶାନ୍ତ ସାହୁ। ଥାନା ବାବୁଙ୍କ ଗାଡି ରୁ ବାହାରିଥିଲା ୨ ଲକ୍ଷ ୮୦ ହଜାର ଟଙ୍କା। ଅଭିଯୋଗ ହୋଇଥିଲା ଖଣି ମାଫିଆ ଙ୍କ ଟଙ୍କା ନେଇ ଯାଉଥିଲେ ମୋଟୁ ଆଇ ଆଇ ସି ।

ସେହିପରି 2019 ରେ ଖଣି ମାଫିଆଙ୍କ ସହ ଲିଙ୍କ ରେ ଖୋର୍ଦ୍ଦା ତତ୍କାଳୀଳ ଆଇଆଇସି ବିକ୍ରମ ଜେନା ଙ୍କ ନା ସାମ୍ନାକୁ ଆସିବୋ ଘଟଣା ବି ସୃଷ୍ଟି କରିଥିଲା ହଇଚଇ। ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ। ଏଭଳି ଅନେକ ପୋଲିସ ଅଫିସର ଖଣିମାଫିଆଙ୍କ ସହ ଲିଙ୍କ ରେ ଥିବା ପୋଲିସ ବିଭାଗର ଏ ଚିଠି ପଦାରେ ପକାଇଛି । ନଜର ପକାନ୍ତୁ ସବୁ ଜିଲ୍ଲା ର ଏସ ପି ଓ ଡିସିପି ଙ୍କୁ ଆଇନ ଶୃଙ୍ଖଳା ଏ ଡିଜି ଲେଖିଥିବା ଏ ଚିଠି ଉପରେ । ଚିଠି ରେ ଉଲ୍ଲେଖ କରାଯାଇଛି କିଛି ଫିଲଡ ଅଫିସର ପୋଲିସ ଡ୍ୟୁଟି ଛାଡି ଖଣି ଅଂଚଳ ରେ ପରିବହନ ସହ ବେଆଇନ କାର୍ଯ୍ୟ ରେ ସମ୍ପୃକ୍ତି ରହୁଥିଛି । ପୋଲିସ ଡିଜି ଏ ଘଟଣା କୁ ଗୁରୁତର ସହ ନେଇ ଏଭଳି ଘଟଣା ସାମ୍ନା କୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବ ସରକାରରେ ବିଜେଡି ଫଣ୍ଡର ବଡ ଆଧାର ଥିଲା ବେଆଇନ ଖଣି କାରବାର। ଆଉ ଏଥିରେ ସାମିଲ ହୋଇଥିଲେ ପୋଲିସ ବାବୁ। ଅର୍ଥ ରାଜ୍ୟ ତହବିଲକୁ ନ ଯାଇ ଯାଉଥିଲା ପୋଲିସ ବାବୁ ଓ ନେତାଙ୍କ ପକେଟକୁ।  

ସେପଟେ ଦୁର୍ନ୍ନିତି ବିରୋଧ ରେ ଜିରୋ ଟଲରେନ୍ସ ନିତି ଆପଣେଇଛନ୍ତି ନୂଆ ସରକାର । ରାଜ୍ୟ ରେ ଲଘୁ ଖଣିଜ ଲୁଟ ହେଲେ ଏଣିକି କଡା ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ରେ ଲଘୁ ଓ ଖଣିଜ ପଦାର୍ଥ ଲୁଟ ଯୋଗୁଁ ରାଜସ୍ବ ହାନୀ ହେଉଥିବାରୁ ଚୋରା କାରବାର ରୋକିବାକୁ ଡ୍ରୋନ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 
ରାଜ୍ୟ ରେ ବିଜେଡି ସରକାର ସମୟରେ ଖଣି ଲୁଟ ର ମାଳ ମାଳ ଅଭିଯୋଗ ଆସିଛି । କେଉଁଠି ବିଧାୟକ ଙ୍କ ପ୍ରୋତ୍ସାହନ ରେ ହେଉଛି ତ ହେଉଥିଲା ତ କେଉଁଠି ସରକାରୀ ଅଧିକାରୀଙ୍କ ଛତ୍ରଛାୟା ତଳେ । ଏବେ ଖଣି ଲୁଟ ରୋକିବାକୁ ନୂଆ ସରକାର ଙ୍କ ନୂଆ ପର୍ମୁଲା କେତେଦୂର କାମ କରୁଛି ତାହା ଉପରେ ନଜର । 

ଅଧିକ ପଢ଼ନ୍ତୁ ଓଡିଶା ଖବର...

ELECTIONS
11m ago
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25
ODISHA CONCLAVE
16m ago
ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଲୋଗୋର ନାମ ହେଉଛି ଉତ୍କର୍ଷ ଓଡିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ
GOVERNMENT
20m ago
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍