ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା
by Argus News
Sun, Jul 21 | 6:18 p.m.

ଅର୍ଗସ ବ୍ୟୁରୋ:  24 ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡି ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରିଥିବା କହି ଡିଣ୍ଡିମ ପିଟୁଥିବା ବେଳେ, ଏ ହେଉଛି ଗ୍ରାଉଣ୍ଡରେ ବିକାଶର ଅସଲ ଚିତ୍ର। ପ୍ରଥମରୁ ପଞ୍ଚମ ଶ୍ରେଣୀର 51 ଜଣ ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ରହିଛି ଗୋଟିଏ ମାତ୍ର ଶ୍ରେଣୀଗୃହ। ତାହା ବି ବିପଦ ସଂକୁଳ ଅବସ୍ଥାରେ । ବର୍ଷା ହେଲେ ଶ୍ରେଣୀଗୃହର ଛାତରୁ ପାଣି ଝରୁଛି, ଶ୍ରେଣୀଗୃହର ଅବସ୍ଥା ଅତି ଶୋଚନୀୟ ।   ଖାଲି ସେତିକି ନୁହେଁ ମାତ୍ର 2ଜଣ ଶିକ୍ଷକରେ ଏଠି ଚାଲିଛି ପାଠପଢା।  ଫଳରେ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ପିଲାମାନେ ।

ଏ ହେଉଛି କୋରାପୁଟ କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ସରକାରି ପ୍ରାଥମିକ ବିଦ୍ୟାଳୟ କୁମ୍ଭୀଖାରି । ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇ ବହୁତ ବର୍ଷ ହୋଇ ସାରିଲାଣି କିନ୍ତୁ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ହୋଇପାରୁନାହିଁ। ରୋଷଇ ନଥିବାରୁ ବାଧ୍ୟ ହୋଇ ଶିକ୍ଷକ ମାନେ ନିଜସ୍ପ ଖର୍ଚ୍ଚରେ ରୋଷେଇ ଘର ମରାମତି କରିଛନ୍ତି । ତେବେ ଖାଇବାକୁ ସ୍ଥାନ ନଥିବାରୁ ଖରା ବର୍ଷାରେ ବାରଣ୍ଡାରେ ବସି ଖାଆନ୍ତି ଛାତ୍ରଛାତ୍ରୀ l ସ୍କୁଲ ପରିସରରେ ଚାରିଟି ଶୌଚାଳୟ ରହିଛି l କିନ୍ତୁ କୌଣସିଟି ବ୍ୟବହାର ଯୋଗ୍ୟ ନୂହେଁ ଫଳେର ଛାତ୍ରଛାତ୍ରୀଙ୍କୁ ଶୌଚ ପାଇଁ ବହୁ ଦୁରକୁ ଯିବାକୁ ପଡୁଛି। ବର୍ଷ ବର୍ଷ ଧରି ବିଦ୍ୟାଳୟରେ ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ସ ବୁ ଦେଖି ସାଜିଛି ନିରବଦ୍ରଷ୍ଟା। ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ନାଁରେ ମିଳୁଛି କେବଳ ପ୍ରତାରଣା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା