ସାଲେଇପଦର୍ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
by Argus News
Fri, Jan 26 | 3:24 p.m.

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର୍ ଗାଁରେ ଯୁବକଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସର ତନାଘନା । ଅଭିଯୋଗ ଅନୁସାରେ ଗତ କାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି ଆଉ ଫେରି ନଥିଲେ । ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ଖବର ପାଇ ନଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଆଜି ସକାଳୁ ସାଲେଇପଦର୍ ଗାଁ ନିକଟ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ସୁବଳୟା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ମୃତ ଦେହ ନିକଟରେ ତାଙ୍କ ସ୍କୁଟି ପଡିଥିବାବେଳେ ପାଖରେ ଗ୍ଲାସରେ ମଦ ବୋତଲ, ପାଣି ବୋତଲ ଓ ଅଧା ପିଆ ମଦ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ମିଳିଛି ।

ବର୍ଷା
5m ago
ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ
ମୟୂରଭଞ୍ଜ: ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ। ନାଳ ନର୍ଦ୍ଧମା ଗୁଡିକ ସଫା ନହେବା ଫଳରେ ଦୋକାନ ଗୁଡିକରେ ପଶିଲା ପାଣି। ଗତ ବର୍ଷ ଏମିତି ପାଣି ପଶିବାରୁ ସ୍ଥାନୀୟ ଲୋକେ ବିଜ୍ଞପି
ବରିଷ୍ଠ ଶିକ୍ଷାବିତ
7m ago
ଚିଠି ଲେଖି ଗଛକଟା ବନ୍ଦ କରିବାକୁ ନିବେଦନ କଲେ ବରିଷ୍ଠ ଶିକ୍ଷାବିତ
କଟକ: ରାଜ୍ୟର ୨୦ଜଣ ବରିଷ୍ଠ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ରାଜ୍ୟରେ ଚାଲିଥିବା ଅବାଧ ଗଛକଟା ବନ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ନିବେଦ
ଚିକେନ ସ୍ବରମା
9m ago
ଚିକେନ ସ୍ବରମା ଖାଇ ଗଲା ୧୯ବର୍ଷୀୟ ଯୁବକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ଦୁନିଆରେ ସ୍ବାଦିଷ୍ଟ ଖାଇବା କାହାକୁ ଭଲ ନ ଲାଗେ କହିଲେ। କିଛି ଲୋକ ତ ଏମିତି ଫୁଡି ଯେ, ନିଜ ମନ ପସନ୍ଦର ଖାଦ୍ୟ ଖାଇବାକୁ ଯେତେ ଦୂର ହେଲେ ବି ପଛାନ୍ତି ନାହିଁ। ଏବେକା