ବାଲିଆପାଳରେ ଜନବସତି ମୁହାଁ ସୁବର୍ଣ୍ଣରେଖା ନଦୀ
by Argus News
Wed, Jul 24 | 8:01 a.m.

ଅର୍ଗସ ବ୍ୟୁରୋ:  ଡରାଉଛି ସୁବର୍ଣ୍ଣରେଖା ନଦୀ । କୁଳ ଲଙ୍ଘୁଛି, ଜନ ବସତି ଆଡକୁ ମାଡ଼ି ଆସୁଛି । ଚାଷ ଜମି, ରାସ୍ତା, ଘାଟ ସବୁ କିଛି ନଦୀ ଆଁରେ ଲିନ ହେବାରେ ଲାଗିଛି। ବାଲେଶ୍ବର ବାଲିଆପାଳ ବ୍ଳକରେ ଭୟଙ୍କର ରୂପ ନେବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ। କୁହ୍ଲାରୁ ବଡ଼ତାଳପଦା, ନିଖିରାରୁ ଅସ୍ତି, ମାନପୁର ପର୍ଯ୍ୟନ୍ତ ନଦୀ ତଟ ଅତଡ଼ା ଖାଇ ଧୋଇଗଲାଣି। ହେକ୍ଟର ହେକ୍ଟର ଚାଷ ଜମି ଏବେ ନଦୀ ଗର୍ଭରେ।

ବର୍ଷା ଦିନ ଆସିଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବନ୍ୟାର ଚିନ୍ତା ଘାରୁଛି। ନଦୀରେ ପାଣି ବଢିଲେ ରାସ୍ତା, ଘାଟ, ଘର ବୁଡ଼ି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଅଞ୍ଚଳବାସୀ। ପ୍ରତିବର୍ଷ ସୁବର୍ଣ୍ଣରେଖା ଜନ ବସତି ମୁହାଁ ହେଉଥିବାରୁ ନଦୀ କୁଳିଆ ଭୟଭୀତରେ ଅବସ୍ଥାରେ ରହୁଛନ୍ତି । 25 ବର୍ଷର  ବିଜେଡି ସରକାର ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଲୋକଙ୍କ ଭାଗ୍ୟ ଦସ୍ତାବିଜରେ ବନ୍ଧା। ଏବେ ମୋହନ ସରକାରରେ ଲୋକଙ୍କ ଅସୁବିଧା ଦୂର ହେବ ବୋଲି ଆଶା ବାନ୍ଧିଛନ୍ତି ବାଲିଆପାଳ ବାସିନ୍ଦା। ବାଲିଆପାଳ ବ୍ଳକ୍ ର ଅସ୍ତି ,କୁହ୍ଲା, ନିଖୀରା, ପାଳ ଜାମକଣ୍ଡା ଗାଁ ପାଇଁ ଦୁଃଖ ଆଣିଛି ସୁବର୍ଣ୍ଣରେଖା। ଯଥା ଶୀଘ୍ର ନଦୀ ବନ୍ଧ କାର୍ଯ୍ୟ ସୁଧାର ଓ କୁଦମାନ ସିଂ ଠାରେ ସୁଇସ ଗେଟ୍ କରାନଗଲେ ଚଳିତ ବର୍ଷ ବନ୍ୟା ଆସିଲେ ନଦୀରେ ବହୁ ଗାଁ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା