ବିପଦ ସଙ୍କୁଳ କୋଠରୀରେ ଚାଲିଛି ଶିକ୍ଷାଦାନ
by Argus News
Thu, Jul 04 | 6:38 p.m.

ଅର୍ଗସ ବ୍ୟୁରୋ:  ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ କହିଲେ ନସରେ ।  ବ୍ରିଟିଶ ଅମଳର ଏ ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। 1889 ମସିହାରେ ଆଦିବାସୀ ଅଧ୍ୟୁଷିତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା। ଦୀର୍ଘ 135 ବର୍ଷର ଏହି ବିଦ୍ୟାଳୟ ଆଜି ନିଜ ଅସ୍ତିତ୍ଵ ହରାଇବା ଉପରେ।  ଭଙ୍ଗା ଟିଣ ଛପର ଘରେ ବିପଦ ସଙ୍କୁଳ କୋଠରୀ ରେ ଚାଲିଛି ଶିକ୍ଷାଦାନ। କେତେବେଳେ ଯେ କଣ ହେବ ତାହା କହିବା ମୁସ୍କିଲ ।

ବିଜେଡି ଶାସନ ଅମଳରେ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର 5T ଯୋଜନା ମାଧ୍ୟମ ରେ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଥିଲେ କିନ୍ତୁ ଆଜି ବି ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ଭୌଗଳିକ ଅବସ୍ଥିତି ରେ କୌଣଷି ପରିବର୍ତ୍ତନ ଆସି ନାହିଁ  ।  ବାଲିଗୁଡ଼ା NAC କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ରେ ବ୍ରିଟିଶ ଅମଳ ର ସର୍ବ ପୁରାତନ ବିଦ୍ୟାଳୟ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଆଜି ଯାଏଁ ଏଠାରେ ଭଲ ରାସ୍ତା ଟିଏ ହୋଇ ପାରି ନାହିଁ। ମାଟି କାଦୁଅ ରାସ୍ତାରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଛନ୍ତି । ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା କହି ବାହାବାହି ନେଉଥିବା ବେଳେ ରାଜ୍ୟର ସର୍ବ ପୁରାତନ ସ୍କୁଲ ମଧ୍ୟରୁ ଅନ୍ୟତମ ଏହି ସ୍କୁଲ ଏବେ ଅବହେଳିତ। ଏହାର ମରାମତି ପାଇଁ ସରକାର ପଦକ୍ଷେଫ ନେବାର ଆବସ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ବିଏମ୍ସି
now
ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି
ଭୁବନେଶ୍ବର : ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି । ପାଖାପାଖି ୧ ଲକ୍ଷ ଗଛ ଲଗାଇବା । ୭୫ତମ ବନମହୋତ୍ସବ ଅବସରରେ ମା' ଙ୍କ ନାମରେ ଅଭିଯାନ ଆରମ୍ଭ କରିଛି ବିଏମ୍ସି । ଏହି ଅବସରର
ATTACK
10m ago
ମହିଳାଙ୍କୁ ଛୁରାମାଡ, ୩ଜଣଙ୍କୁ କୋର୍ଟ ଚାଲାଣ
ଅର୍ଗସ ବ୍ୟୁରୋ: ମହିଳାଙ୍କୁ ଛୁରାମାଡ। ଏରସମା ଥାନା ଅନ୍ତର୍ଗତ ତଳକୁସୁମା ଗାଁରେ ମହିଳାଙ୍କୁ ଛୁରାମାଡ ଘଟଣାରେ ଆଜି ଏରସମା ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାର
ଭବିଷ୍ୟବାଣୀ
ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...
ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ । ଏ ଭବିଷ୍ୟବାଣୀ ଶୁଣିଲା ପରେ ପୁରା ବିଶ୍ଵରେ ହଇଚଇ ସୃଷ୍ଟି ହେଲାଣି । କାରଣ ବାବା କହିଛନ୍ତି