ଝାରସୁଗୁଡ଼ାରେ ୪୭ ଡିଗ୍ରୀକୁ ତାପମାତ୍ରା ବୃଦ୍ଧି 
by Argus News
Fri, May 31 | 1:15 p.m.

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ୪୭ ଡିଗ୍ରୀକୁ ତାପମାତ୍ରା ବୃଦ୍ଧି ପାଇ ଓଡ଼ିଶାର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବେ ରେକର୍ଡ଼ ହୋଇଛି । ଝାରସୁଗୁଡା ଜିଲ୍ଲାରେ ୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହି ଘଟଣା ଗୁଡିକରେ ପୁଲିସ ଭିନ୍ନ ଭିନ୍ନ ୭ ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଂଶୁଘାତର ଶିକାର ହୋଇ ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଚିତ୍ର ସାମ୍ନାକୁ ଆସୁଛି । ତେବେ କେବଳ ୨୪ ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ ସମ୍ଭାବ୍ୟ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୭ ଛୁଇଁ ସାରିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଆକ୍ରାନ୍ତମାନେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଝାରସୁଗୁଡ଼ା ଜିଲ୍ଲାର କୋଇଲାଞ୍ଚଳରେ ବିଭିନ୍ନ ଟ୍ରକ୍‌ ମାଲିକ ସଂଘ ୨ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଲଗାଇଛନ୍ତି। ଏହି ପରିବହନରୁ ସଂଘ, ଟ୍ରାନ୍ସପୋର୍ଟର ମୋଟା ଅଙ୍କର ମୁନାଫା ରୋଜଗାର କରୁଥିବା ବେଳେ ଟ୍ରକ୍‌ ଚାଳକଙ୍କ ପାଇଁ କୌଣସି ମୌଳିକ ସୁବିଧା ବି କରାଯାଇନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ଚାଳକଙ୍କ ପାଇଁ ସାମାନ୍ୟତମ ରେଷ୍ଟ ସେଡ୍‌, ଥଣ୍ଡା ପାନୀୟ ଜଳର କୌଣସି ବ୍ୟବସ୍ଥା କରାଯାଇନାହିଁ। ଯାହାକି ଏହି ଟ୍ରକ୍‌ ଚାଳକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଜିଲ୍ଲାର ମୋଟ ୭ ଜଣଙ୍କ ଅକାଳରେ ମୃତ୍ୟୁ ହୋଇଛି ନା ଆହୁରି ଅଧିକ ରହିଛି ଏନେଇ ସରକାରୀ ସ୍ତରରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପାରିପାର୍ଶ୍ଵକ ଦୃଷ୍ଟି କୋଣରୁ ସେମାନଙ୍କ ମୃତ୍ୟୁର କାରଣ ଅଂଶୁଘାତ ହୋଇଥିବା ଆଶଙ୍କା କରାଯାଉଛି। ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା