ଗାଁକୁ ନାହିଁ ରାସ୍ତା, ଆଜିବି ଅନ୍ଧାରରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ
by Argus News
Mon, May 27 | 6:33 p.m.

ଅର୍ଗସ ବ୍ୟୁରୋ:  ରଣିଆକଟାକୁ ମଞ୍ଜୁରୀ ଚିନ୍ତା। ପାଣି ସମସ୍ୟା ଦୂର ପାଇଁ ଡ୍ୟାମ ହେଲା ସତ ହେଲେ ଅନ୍ଧାରକାରମୟ ହୋଇଗଲା ରଣିଆକଟା। ବିନା ବିଜୁଳି ଆଲୁଅରେ ଦଶ ବର୍ଷ। ବର୍ଷ ପରେ ବର୍ଷ ବିତୁଛି ନେତା ପ୍ରଶାସନ ଆସୁଛନ୍ତି ଯାଉଛନ୍ତି ହେଲେ ଦୂର ହେଉନି ରଣିଆକଟାର ସମସ୍ୟା। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ରଣିଆକଟା ପଂଚାୟତର ବରପଦର । ଗାଁକୁ ଯିବାକୁ ହେଲେ ପଂଚାୟତ ଠାରୁ ପ୍ରାୟ ପାଞ୍ଚ କିଲୋ ମିଟର ମାଟି ରାସ୍ତାରେ ଚାଲିକି ଯିବାକୁ ପଡେ। ରାସ୍ତା ଏମିତି ଯେଉଁଠି ପାଦେପାଦେ ରହିଛି ବିପଦ। ଦିବାଲୋକରେ ଏହି ରାସ୍ତା ଦେଇ ଯିବା ଆସିବା କରିବା ମୁସ୍କିଲ ହେଉଥିବା ବେଳେ ରାତିରେ ଏଠି ପାଦେପାଦେ ବିପଦ ରହିଛି।

ଆଗରୁ ଗାଁରେ ବିଦ୍ୟୁତ୍ ସଂଯୋଗ ଥିଲା। କିନ୍ତୁ ମଞ୍ଜୁରୀ ଡ୍ୟାମ ପ୍ରକଳ୍ପ ହେଲା ପରେ, ଗାଁରୁ ବିଦ୍ୟୁତ ସଂଯୋଗ କାଟି ଦିଆଗଲା। ସେବେ ଠାରୁ ପ୍ରାୟ ଦଶ ବର୍ଷ ହେବ ଗାଁରେ ବିଜୁଳି ଆଲୁଅ ନାହିଁ। ଜହ୍ନ ଆଲୁଅ ଆଉ ଡିବିରୀ ଆଲୁଅ ଉପରେ ଗାଁ ଲୋକ ଭରଷା କରି ଜୀବନ ବିତାନ୍ତି ରଣିଆକଟାବାସୀ। ଏପଟେ ସନ୍ଧ୍ୟା ହେଲେ ଗାଁ ରେ ହାତୀ ଭାଲୁ ଭୟ। ଡ୍ୟାମରେ ପାଣି ଫୁଲ ହୋଇଗଲେ,ଗାଁ ଭିତରକୁ କୁମ୍ଭୀର ଆସେ। ବନ୍ୟଯନ୍ତୁଙ୍କ ଭୟରେ ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଶୂନଶାନ ହୋଇ ଯାଏ। ଘରେ ଘରେ ପଡିଯାଏ ତାଟି କବାଟ।

ମଞ୍ଜୁରୀ ଡ୍ୟାମ ପ୍ରକଳ୍ପ ହେଲାପରେ ଜଙ୍ଗଲୀ ପଶୁଙ୍କ ସୁରକ୍ଷା ଓ ଜଳଚର ଯନ୍ତୁଙ୍କର ସୁରକ୍ଷା ପାଇଁ ଗାଁରୁ ଆଲୁଅ କାଟି ଦିଆଗଲା। ଅଧା ଗାଁ ପାଣିରେ ବୁଡିଗଲା। ଲୋକମାନେ ବିସ୍ଥାପିତ ହେଲେ। ମାତ୍ର ଅଧାରୁ ଅଧିକ ଲୋକ ଗାଁରେ ରହିଗଲେ। ଏ ଦଶ ବର୍ଷ ଭିତରେ ଅନେକ ନେତା, ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗ୍ରାମବାସୀ ହେଲେ ଗାଁ ସମସ୍ୟା ଦୂର ହୋଇ ପାରିନି। କିଶୋର ନଗର ବ୍ଲକ ରଣିଆକଟା ପଂଚାୟତ ବରପଦର ଗାଁରେ ବିକାଶର ପାଦ ପଡିନି ...ଆଜିବି ଅନ୍ଧାରରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଏପଟେ ବିସ୍ଥାପିତଙ୍କୁ ଥଇଥାନ କରିଥିବା କଥା କହି ବାହାବାହି ନେଉଛନ୍ତି ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା