ବାରିପଦା ବସଷ୍ଟାଣ୍ଡରୁ ୧୪ଟି ସରକାରୀ ବସ୍‌ ଗଡ଼ାଇଲା ପ୍ରଶାସନ
by Argus News
Sun, Jun 23 | 10:45 a.m.

ଅର୍ଗସ ବ୍ୟୁରୋ:  ବାରିପଦାରୁ ବିଭିନ୍ନ ରୁଟ୍‌ରେ ଗଡିଲା ସରକାରୀ ବସ୍ । ବାରିପଦା ବସଷ୍ଟାଣ୍ଡରୁ ୧୪ଟି ସରକାରୀ ବସ୍‌ ଗଡ଼ାଇଲା ପ୍ରଶାସନ। ବାରିପଦା ବସଷ୍ଟାଣ୍ଡରେ ସମୟ ନିର୍ଘଣ୍ଟକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଗତକାଲି ଜିଲ୍ଲାପାଳଙ୍କ ସହ ଘରୋଇ ବସ୍‌ ମାଲିକ ସଂଘର ଆଲୋଚନ ବିଫଳ ହେବା ପରେ ଆଜି ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଘରୋଇ ବସଷ୍ଟାଣ୍ଡରେ ପୋଲିସ ମୁତୟନ କରିବା ସହ ଓଏସଆରଟିସିର ୧୪ ଟି ବସ ଗଡ଼ାଇଛି ପ୍ରଶାସନ। ବସ୍‌ ଗୁଡିକ ଜିଲ୍ଲାର ବିଭିନ୍ନ ରୁଟ୍ ରେ ଚଳପ୍ରଚଳ ଆରମ୍ଭ କରିଛି । ଏହାସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଛକ ମାନଙ୍କରେ ପୋଲିସ  ମୁତୟନ କରାଯାଇଛି । ଆଜି ପୁଣିଥରେ ପ୍ରଶାସନିକ ସ୍ତରରେ ବାରିପଦା ଘରୋଇ ବସ ମାଲିକଙ୍କ ସହ ଆଲୋଚନା ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା