ବିକାଶ ଓ ଗଣତନ୍ତ୍ର ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
by Argus News
Sun, Sep 22 | 7:04 p.m.

ଅର୍ଗସ ବ୍ୟୁରୋ:  କେନ୍ଦୁଝରରୁ ରାଜ୍ୟବାସୀଙ୍କୁ ବିଜେପି ସରକାରର 100 ଦିନର ସଫଳ ବିକାଶ ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ନୂଆ ସରକାରର ବଡ଼ ନିଷ୍ପତ୍ତି, ଯୋଜନା ଓ ସଫଳତା ଗଣାଇଲେ ମୋହନ ମାଝୀ, ଅନ୍ୟପଟେ ପୂର୍ବ ବିଜେଡି ସରକାରର ବିଫଳତା, ଅପାରଗତାର ଲମ୍ବା ତାଲିକା ବି ରଖିଛନ୍ତି। ନବୀନଙ୍କ ଶାସନରେ ଚାଲିଥିଲା ଅଫିସର ରାଜ୍ । କେବଳ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିଲେ ବିଜେଡି ସରକାର । ଆଉ ଭୋଟ୍ ପାଇଁ ଜଗନ୍ନାଥଙ୍କୁ ବି ବ୍ୟବହାର କଲେ। ଲୋକମତକୁ ବେଖାତିର କରିବା ବିଜେଡି ପାଇଁ ମହଙ୍ଗା ପଡ଼ିଲା । ଏବେ ରାଜ୍ୟରେ ଚାଲିଛି ଗଣତନ୍ତ୍ର, ଯାହାକୁ ସହିପାରୁନି ବିଜୁ ଜନତା ଦଳ। 

ଶ୍ରେୟ ଯିବା ଭୟରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରୁନଥିଲେ ବିଜେଡି ସରକାର। 5T ରୂପାନ୍ତରଣ ନାଁରେ କେବଳ ସ୍କୁଲର ପୁରୁଣା କାନ୍ଥରେ ରଙ୍ଗ ମରାଗଲା । ଭିତ୍ତିଭୂମି ଠିକ୍ ନଥିଲା, ଶିକ୍ଷକ ନଥିଲେ । ପିଲାଙ୍କ ଡ୍ରପ୍ ଆଉଟ୍ ଉପରେ କୌଣସି ଧ୍ୟାନ ନ ଥିଲା। ନିର୍ବାଚନର କିଛି ମାସ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ନାଁରେ ଦଳୀୟ ପ୍ରଚାର କରାଗଲା। 'ନୂଆ ଓ' ଯୋଜନା କରି କଲେଜ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରାଗଲା। କୃଷି ଓ ଜଳସେଚନ କ୍ଷେତ୍ରରେ ବି ବିଜେଡି ସରକାର କରିଛି ବଡ଼ ଅବହେଳା। ଯାହାର ଉଦାହରଣ ହେଉଛି କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ। ଯାହା 40 ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ହେବ ଓଡ଼ିଶା। ଏଥିପାଇଁ ବାକି 12 ବର୍ଷରୁ ପ୍ରଥମ 5 ବର୍ଷରେ ରାଜ୍ୟ ଅତିକ୍ରମ କରିବ ବିକାଶର ଅନେକ ରାସ୍ତା । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚିତ୍ତରଂଜନ ଦାସ
11m ago
ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ
କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍
ଭରତପୁର ଥାନା
51m ago
ଭରତପୁର ଥାନାରେ ଲାଗିବ 25ଟି CCTV
ଭୁବନେଶ୍ୱର: ଭରତପୁର ଥାନାରେ ଲାଗିବ 25ଟି CCTV । ଭରତପୁର ଥାନାରେ ଆର୍ମି ପୋଲିସ ଲଢେଇ ଘଟଣା ପରେ ଚେତିଲା ପୋଲିସ । ଭରତପୁର ଥାନାରେ ସିସିଟିଭି ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି
ଅଶ୍ଵିନ
ସଚିନ-କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ଵିନ,ଶେନ ୱାର୍ଣ୍ଣଙ୍କ ସହ ହେଲେ ସମକକ୍ଷ
ଅର୍ଗସ ବ୍ୟୁରୋ:ରେକର୍ଡ କଲା ଭାରତ,ଇତିହାସ ରଚିଲେ ଅଶ୍ବିନ। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ୨୮୦ ରନ୍‌ରେ ବିଜୟ ହାସଲ କରିଛି ରୋହିତ ସେନା । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାଁର