ଅର୍ଗସ ବ୍ୟୁରୋ: ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ବାଟ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ଏହି 5 ଲକ୍ଷ 11 ହାଜର ଆବେଦନକାରୀଙ୍କୁ ଦିଆଯିବ ଆଉ ଏକ ସୁଯୋଗ ।
ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ କରିଛନ୍ତି ଅପିଲ। କେୱାଇସି ଅପଡେଟ ହୋଇନଥିବାରୁ ଅଟକିଛି ଏହି ଆବେଦନ। ଯଦି ଓଟିପି ଜରିଆରେ କେୱାଇସି କରିଥିଲେ, ଏବେ ବାଓମେଟ୍ରିକ ଜରିଆରେ କେ୍ୱାଇସି କରିବାକୁ ଅପିଲ କରିଛନ୍ତି ଡେପୁଟି ସିଏମ୍। ଏହି ସବୁ କେ୍ୱାଇସି ଯାଞ୍ଚ ପରେ ଯାଇ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କମନ୍ ସର୍ଭିସ ସେଣ୍ଟର, ଜନ ସେବା କେନ୍ଦ୍ରରେ ଆବେଦନକାରୀମାନେ କରିପାରିବେ କେୱାଇସି ଯାଞ୍ଚ ।
ଅନ୍ୟପଟେ ଏବେ ଯାଏଁ 31 ହଜାର ମହିଳା ଅପ୍ଟ ଆଉଟ ହେଇଛନ୍ତି। ସେମାନେ ଆଉଥରେ ଅଭିଯୋଗ କରିପାରିବେ। ସେମାନଙ୍କ କଥା ମଧ୍ୟ ବିଚାର କରାଯିବ। ପୋର୍ଟାଲ ଜରିଆରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ବାତିଲ ହୋଇଥିବା 2 ଲକ୍ଷ 81 ହଜାର ଆବେଦନର 15 ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷା ରତ ପଡିଛି। ସେମାନେ ବି ପୋର୍ଟାଲରେ ଆବେଦନ କରିପାରିବେ ବୋଲି କହିଛନ୍ତି ।