ଅର୍ଗସ ବ୍ୟୁରୋ: ଆଜିଠାରୁ ରାଜ୍ୟସଭାରେ ଆରମ୍ଭ ହେବ ସମ୍ବିଧାନ ଉପରେ ବିତର୍କ। ଆଜି ଓ କାଲି ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉପରେ ବକ୍ତବ୍ୟ ରଖିବେ ସବୁ ଦଳର ସାଂସଦ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ଆଲୋଚନାର ଆରମ୍ଭ।
ବିରୋଧୀ ପକ୍ଷରୁ ବିତର୍କ ଆରମ୍ଭ କରିପାରନ୍ତି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଆସନ୍ତାକାଲି ଆଲୋଚନା ଉପରେ ଜବାବ ଦେଇପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ପୂର୍ବରୁ ଲୋକସଭାରେ ସମ୍ବିଧାନ ଉପରେ ବିତର୍କ ସରିଛି।