ପୁଣି ପଦାର ପଡିଲା ରାଜ୍ୟ ସରକାରଙ୍କ ବିକାଶ ପ୍ରହସନ
by Argus News
Sat, May 11 | 7:02 p.m.

ଅର୍ଗସ ବ୍ୟୁରୋ:  ସରକାରଙ୍କ ମାଳ ମାଳ ଯୋଜନା କାହା ସ୍ୱାର୍ଥରେ ? ବିକାଶର ବହୁ ଦୂରରେ ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ । ଏଠାରେ ବସୁଧା ଯୋଜନା ଫେଲ୍...ଆଜ୍ଞା ହଁ ଆପଣ ଠିକ ଶୁଣିଛନ୍ତି ଯୋଜନା କଣ ଏମାନଙ୍କୁ କିଛି ଜଣା ନାହିଁ l ଚାଉଳ  କେବଳ ସରକାର ଯୋଗେଇ ଦେଉଛନ୍ତି ସତ କିନ୍ତୁ ଏଠାରେ ପହଂଚି ପାରିଲା ନାହିଁ ସରକାରଙ୍କ ଅନେକ ଯୋଜନା l  ସମସ୍ତ ଗ୍ରାମକୁ ପକ୍କା ରାସ୍ତା ଯୋଗେଇ ଦିଆଯାଇଛି କହି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି  କିନ୍ତୁ ଏହି ଗ୍ରାମକୁ ଯିବାକୁ ହେଲେ ମୋରମ ରାସ୍ତାଦେଇ ଯିବାକୁ ପଡିବ । ସମସ୍ତେ ପ୍ରଶ୍ନ କହୁଛନ୍ତି ଆମେ କି ପାପ କରିଥିଲୁ ଆମ ଗାଁର କାହାରିକୁ ହେଲେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ l ସ୍ତାନୀୟ ବ୍ଲକ ପ୍ରଶାସନର ବି ଏଠାରେ ଆଖି ପଡ଼ିନାହିଁ l 

ଏହି ଗ୍ରାମରେ ଏମିତି ଗୋଟିଏ ପରିବାର ଅଛନ୍ତି ଯାହାଙ୍କର ସାହା ଭରସା କିଏ ନାହାନ୍ତି ପରିବାର କହିଲେ ଦୁଇ ମାନସିକ ବିକଳାଙ୍ଗ ସ୍ୱାମୀ ସ୍ତ୍ରୀ l ନା ଏମାନେ ଭଲସେ ଦେଖି ପାରୁଛନ୍ତି ନା କୋଣସି କାମ କରିବା ପାଇଁ ସକ୍ଷମ l ଗୋଟିଏ ଛୋଟିଆ ଭଙ୍ଗା କୋଠରୀରେ ବିତୁଛି ଏହି ଦୁଇ ଦାମ୍ପତିଙ୍କ ଜୀବନ l ଏମାନେ ବିକଳାଙ୍ଗ ଭତା ପାଇବାରେ ବଞ୍ଚିତ ବଂଚିତ  ଏମାନଂକୁ ଆବାସ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇ ନାହିଁ l

ଗ୍ରାମରେ ବୃଦ୍ଧା ଜଣେ ମାଣ୍ଡିଆ ପେଜ ସହ ଖଣ୍ଡିଏ ଭାତ ଓ ଅଳ୍ପ କିଛି ଭଜା ପତ୍ରରେ ତିଆରି ଦନା ଧରି ଖାଉ ଥାନ୍ତି ଭଲସେ ଲୋକଙ୍କୁ ଚିହ୍ନ ବି ପାରୁନାହାନ୍ତି l ଆଖିରେ ଲୁହ ଝରେଇ ପିଣ୍ଡାରେ ବସି ହାତ ଗୋଡ ଥରି ଥରି ପେଜ ପିଉ ଥାନ୍ତି l ଶୁଣନ୍ତୁ ମଉସା ଜଣକ କଣ କହୁଛନ୍ତି l ଏମିତି ଅଭିଶପ୍ତ ବିତାଉ ଗ୍ରାମରେ ଗ୍ରାମରେ ସରକାର ତଥା ବ୍ଲକ ପ୍ରଶାସନଙ୍କ ଦୃଷ୍ଟି କେବେ ପଡୁଛି ତାହା ସମୟ ହିଁ କହିବ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା