ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଜିଲ୍ଲା ଡାକ୍ତର ସଂଘ
by Argus News
Sat, Mar 16 | 2:45 p.m.

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ନାମରେ ଥାନାରେ ଏତଲା । ଏତଲା ଦେଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନମୋହନ ପ୍ରଧାନ । ଗତକାଲି ଜିଲ୍ଲାପାଳ ଜେ ସୋନାଲ ପୁରୁଣା ଆଇଟିଆଇ କୋଭିଡ କେୟାରକୁ ଜିଲ୍ଲାପାଳ ପରିଦର୍ଶନକୁ ଯାଇ ସେଠାରେ ସମୀକ୍ଷା ବୈଠକରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଜିଲ୍ଲାପାଳ ଓ ଏସପି । ଏହାପରେ ଡାକ୍ତର ପ୍ରଧାନଙ୍କ ପକ୍ଷରୁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । 

ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ପୁରୁଣା ଆଇଟିଆଇ କୋଭିଡ କେୟାରକୁ ଯାଇଥିଲେ ସେଠାରେ ବୈଠକରେ ଯୋଗ ଦେଇଥିଲେ ବୌଦ୍ଧ ସିଡ଼ିଏମଓ ଜୟକୃଷ୍ଣ ମିଶ୍ର ଓ DPHO  ମଦନ ମୋହନ ପ୍ରଧାନ । ବୈଠକରେ ଆଲୋଚନା ବେଳେ ହଠାତ ବୌଦ୍ଧ ଜିଲ୍ଲାପାଳ ଓ ଏସିପି ଡାକ୍ତର ପ୍ରଧାନ ଦୁର୍ବ୍ୟବହାର କରିଥିଲେ । ପରେ ଡ. ପ୍ରଧାନ ଜିଲ୍ଲା ସଂଘକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଡାକ୍ତରଙ୍କୁ ଦୁର୍ବ୍ୟବହାରକୁ ନେଇ ଏଡ଼ିଏମଓଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀ ସଂଘ ବିରୋଧ କରି କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓଲାଇଛନ୍ତି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ । ଜିଲ୍ଲାପାଳ ଓ ଏସପି କ୍ଷମା ପ୍ରାର୍ଥନା ସହ ଜିଲ୍ଲାପାଳଙ୍କ ବଦଳି ଦାବି କଲେ ସ୍ୱାସ୍ଥ୍ୟ କର୍ମଚାରୀ । ଦାବି ପୂରଣ ନହେଲେ ଯାଏଁ କଳା ବ୍ୟଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ । 

HEALTH
37m ago
ରସୁଣକୁ କେମିତି ବ୍ୟବହାର କରିପାରିବେ
ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବ
ବିଜେଡିର ଇସ୍ତାହାରକୁ
49m ago
ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। `ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କାଗଜର ଦସ୍ତାବିଜ୍' । `ବିଜେଡିର ଇସ୍ତାହା
CAMPAIGNING
ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ
ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବ