କ୍ରସର ଉପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ ଜାରି
by Argus News
Thu, Jul 11 | 2:31 p.m.

ଅର୍ଗସ ବ୍ୟୁରୋ:  କ୍ରସର ଉପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନସ୍ଥ ବାଜବାଟି ଅଞ୍ଚଳରେ ଥିବା କେତେକ କ୍ରସର ଉପରେ ଆଜି ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ବିଭିନ୍ନ ସମୟରେ ବାଜବାଟି, ଆରୁହା, ବିଛାଖଣ୍ଡି, ଡଙ୍କାରି, ରାହାଡପୁର, ବାଘୁଆ ଅଞ୍ଚଳରେ କଳାପଥର ବ୍ୟବସାୟ ହୋଇଥାଏ। ତେବେ ଏହା ପଛରେ କୋଟି କୋଟି ଟଙ୍କାର ରାଜସ୍ବ ହେରାଫେରି ହେଉଥିବା ନେଇ ଧର୍ମଶାଳା ର ବିଧାୟକ ହିମାଂଶୁ ଶେଖର ସାହୁ ଜିଲ୍ଲା ଖଣି ଅଧିକାରୀ ଙ୍କୁ ପତ୍ର ଲେଖି ବନ୍ଦ କରିବାକୁ ଦାବି କରିଥିଲେ। ଯାହାର ଫଳ ସ୍ୱରୂପ ଆଜି ବାଜବାଟି ଅଞ୍ଚଳ ରେ ଥିବା କ୍ରାସର ଗୁଡିକରେ କେତେ ବେଆଇନ କଳା ପଥର ଗଚ୍ଛିତ ଅଛି ତାକୁ ନେଇ ମାପଚୁପ ଆରମ୍ଭ ହୋଇଛି। ପରେ ଜରିମାନା ଧାର୍ଯ୍ୟ କରାଯିବ ବୋଲି ଜଣା ପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା