ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା
by Argus News
Mon, Sep 30 | 7:27 a.m.

ଅର୍ଗସ ବ୍ୟୁରୋ:  ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତି ହେଉଛନ୍ତି ମହମ୍ମଦ ମାସୁମ୍ ଖାନ୍ । ଅଭିଯୋଗ ମାଲକାନଗିରି ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ବ୍ୟକ୍ତି ହେଉଛନ୍ତି ଏହି ମାସୁମ୍ ଖାନ୍। ଇସଲାମନଗର ନାଁରେ ମାସୁମ୍ ଖାନ୍ ଲ୍ୟାଣ୍ଡ ଜିହାଦ ଚଳାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏବେ ସାମ୍ନାକୁ ଆସିଛି ବିଜେଡିର ବଡ଼ ନେତାଙ୍କ ସହ ମାସୁମ୍ ଖାନଙ୍କର ଫଟୋ। ପୁଣି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସେ ଆଗରେ ରହି ନେତୃତ୍ବ ନେଉଥିବାର ବି ଦେଖାଯାଇଛି। ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହ ମାସୁମ୍ ଖାନଙ୍କର ଫଟୋ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ପଛରେ ପ୍ରଦୀପ ମାଝୀଙ୍କର ହାତ ଅଛି କି ?

ବିଜୁ ଜନତା ଦଳର ଶାସନରେ ମାସୁମ୍ ଖାନଙ୍କୁ ଜଙ୍ଗଲ ଜମି ଜବରଦଖଲ ପାଇଁ ମିଳିଥିଲା କି ଖୋଲା ଛୁଟ୍ ? ବିଜେଡି ଭୟରେ ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ନେଇ ଚୁପ୍ ଥିଲା କି ମାଲକାନଗିରି ପ୍ରଶାସନ ? ମାସୁମ୍ ଖାନଙ୍କ ଜମି କେଳେଙ୍କାରୀ ପଛରେ ଆଉ କେଉଁ ବିଜେଡି ନେତାଙ୍କ ସହଯୋଗ ଓ ସମର୍ଥନ ରହିଛି ? ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ପ୍ରାୟ ଶହେ ଏକର ଜମି ବେଆଇନ ଜବରଦଖଲ କରାଯାଇଛି। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମାଛ
6m ago
ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା
ନୂଆଦିଲ୍ଲୀ: ମାଛ ତରକାରୀ ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର । ଦୁନିଆରେ ମାଛକୁ ସବୁଠାରୁ ହେଲଦି ଫୁଡ୍‌ କୁହାଯାଇଥାଏ। ମାଛରେ ଅନେକ ପୋଷ
ଭାରତର ଶ୍ରେଷ୍ଠ
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟ
ମିଥୁନ ଚକ୍ରବର୍ତ୍ତୀ
ଦର୍ଶକ ହୃଦୟରେ ରାଜ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ, ମନେପଡେ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍
ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟ