ଆତଙ୍କ ରଚିଥିବା ଭାଲୁକୁ କାବୁକଲା ବନବିଭାଗ  
by Argus News
Wed, Jul 17 | 8:00 a.m.

ନବରଙ୍ଗପୁର:  ଦୀର୍ଘ ୬ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ ଟ୍ରଙ୍କୁଲାଇଜ କରି ଧରିବାରେ ସଫଳ ହେଲା ବନବିଭାଗ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ  ରେ ଥିବା ଭାଲୁ କୁ ଟ୍ରଙ୍କୁଲାଇଜ କରି ଧରିଛି ବନ ବିଭାଗ । ଆସନ୍ତା କାଲି ସକାଳୁ ସ୍କୁଲ ଖୋଲିବା ସମୟ ରେ ଏକ ଭାଲୁ ସ୍କୁଲ ର ନିର୍ମାଣଧୀନ ଏକ ଘର ସମ୍ମୁଖରେ ଭାଲୁଟି ଶୋଇଥିବା ଦେଖିଥିଲେ ସ୍କୁଲ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଏନେଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟି ରେ ରଖି ଛାତ୍ର ଛାତ୍ରୀ ଙ୍କୁ ନିଜ ନିଜ ଘରକୁ ଫେରାଇ ଦେଇଥିଲେ ।

ଏବଂ ବନବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ । ଘଟଣା ସ୍ଥଳ ରେ ନବରଙ୍ଗପୁର ବିଧାୟକ ପହଞ୍ଚି ତୁରନ୍ତ ଭାଲୁ କୁ ଧରିବା ପାଇଁ ବନବିଭାଗ ସହିତ ଆଲୋଚନା କରିଥିଲେ । ବନ ବିଭାଗ କର୍ମଚାରୀ ଓ ରେପୀଡ଼ ରେଷ୍ପନ୍ସ ଟିମ ପହଞ୍ଚି ଭାଲୁ କୁ ଧରିବା ପାଇଁ ଜାଲ ବିଛାଇ  ପ୍ରୟାସ ଆରମ୍ଭ   କରିଥିଲେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଭାଲୁ ଟି ଗଛ ଉପରକୁ ଚଢି ଯାଇଥିଲା । ପରିଶେଷରେ ଭାଲୁ କୁ ଟ୍ରଙ୍କୁଲାଇଜ କରିଥିଲା ରେପୀଡ଼ ରେସ୍ପନ୍ସ ଟିମ । ଏବଂ ଟ୍ରଙ୍କୁଲାଇଜ ପରେ ଭାଲୁ ଅଚେତ ହୋଇଯାଇଥିଲା  ଏହାପରେ ଅଚେତ ଭାଲୁକୁ ଗଛ ଉପରୁ ତଳକୁ ଖସାଇ ଜାଲରେ ଭଲୁକୁ କାବୁକରି ଅଚେତ ଭାଲୁ କୁ ଧରି ସୁରକ୍ଷିତ ସ୍ଥାନ କୁ ସ୍ଥାନନ୍ତରିତ କରିଛି ବନ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା