ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର
by Argus News
Sat, Jun 29 | 6:46 p.m.

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପର ଫାଇନାଲ ଖେଳାଯିବ । ହେଲେ ତା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟେଷ୍ଟ କ୍ରିକେଟରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳୁଥିବା ଭାରତୀୟ ମହିଳା ଟିମ୍ ସବୁଠାରୁ ବଡ ସ୍କୋର କରିବାରେ ସମର୍ଥ ହୋଇଛନ୍ତି । ଚେନ୍ନାଇ ଠାରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ମହିଳା ଟିମ୍ ୬୦୩ ରନ କରି ପାଳି ଘୋଷଣା କରିଛି । ଏହି ସ୍କୋର ପୂର୍ବରୁ ସର୍ବାଧିକ ସ୍କୋର ତାଲିକାରେ ଅଷ୍ଟ୍ରେଲିଆ ମହିଳା ଟିମର ନାମ ଥିଲା । ଏବେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏହି ରେକର୍ଡକୁ ଭାଙ୍ଗିଦେଇଛି ।

ମହିଳା ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ସ୍କୋର ଅଷ୍ଟ୍ରେଲିଆ ଟିମ୍ ନାମରେ ରହିଥିଲା । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୫୭୫ ରନ କରିଥିଲା । ଭାରତୀୟ ମହିଳା ଟିମ୍ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୫୨୫ ରନ ସ୍କୋର କରିଥିଲା । ହେଲେ ଆଜି ଦଳୀୟ ସ୍କୋର ୬୦୩ ରେ ପହଞ୍ଚିବା ପରେ ଭାରତୀୟ ଟିମ୍ ପାଳି ଘୋଷଣା କରିଛି ।

ଏହି ଟେଷ୍ଟ ମ୍ୟାଚରେ ଶେଫାଳୀ ବର୍ମା ୨୦୫, ସ୍ମୃତି ମନ୍ଧନା ୧୪୯ ରନ୍ କରି ଭାରତୀୟ ଟିମକୁ ଏକ ମଜବୁତ ସ୍କୋରରେ ପହଞ୍ଚାଇଛନ୍ତି । ଉଭୟ ୨୯୨ ରନର ପାଳି ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ମହିଳା କ୍ରିକେଟରେ ଏହା ମଧ୍ୟ ସବୁଠାରୁ ବଡ ଭାଗିଦାରୀ ବୋଲି କୁହାଯାଉଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ
RAIL LINE
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛ
ଫୌଜଦାରୀ ଆଇନ
ବ୍ରିଟିଶ ଆଇନର ହେଲା ଭାରତୀୟକରଣ
ଅର୍ଗସ ବ୍ୟୁରୋ: ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ଆମୂଳଚୂଳ ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପ