ଜମିବାଡ଼ି ବିବାଦ ନେଲା ଉଗ୍ରରୂପ: ଚାଲିଗଲା ବାପପୁଅଙ୍କ ଜୀବନ
by Argus News
Thu, Oct 31 | 9:35 a.m.

ଅର୍ଗସ ବ୍ୟୁରୋ: ଜମିବାଡ଼ି ବିବାଦ ନେଲା ଉଗ୍ରରୂପ। ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ବାପପୁଅଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ମୃତକ ହେଲେ ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ।

ଗତକାଲି ରାତିରେ ପେଣ୍ଠକଟା ମେରାଇନ୍ ଥାନା ସମଗରା ଗାଁରେ ରବି ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଉଭୟ ପରିବାର ମଧ୍ୟରେ ମାରପିଟ୍‌ ହେବା ସହ ଛୁରା ମାଡ଼ ହୋଇଥିଲା। ଏଥିରେ ରବି ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏଥିସହ ଅପରପକ୍ଷରେ ଜଣେ ଆହତ ହୋଇଥିଲେ।

ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବିଙ୍କ ପୁଅ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ରବିଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଘୁଣୀ ଜମୁନା
5m ago
ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା
ମୟୂରଭଞ୍ଜ: ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା। ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ `ଜମୁନା' ଏବେ ଶିମିଳିପାଳ ପରିବେଶରେ ସ
ଶସ୍ୟ ଗୋଦାମ
ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି
ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ବୃହତ ଶସ୍ୟ ଗୋଦାମ ଯୋଜନାରେ ସାମିଲ ହୋଇଛି ରାଜ୍ୟର 58ଟି ପେକ୍ସ ଓ ଲ୍ୟାମ୍ପ୍ସ। ଏଥିପାଇଁ 107 କୋଟି ଟଙ୍କା
ଦେବାନନ୍ଦ ମହାପାତ୍ର
ନବୀନଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ
ବ୍ରହ୍ମପୁର: କ୍ଷମତାରୁ ଗଲା ପରେ ଦୁର୍ବଳ ହେଉଛି ବିଜେଡି । ନବୀନ ପଟ୍ଟନାୟକ କ୍ଷମତାରେ ଥିବାରୁ ତାଙ୍କୁ ମିଳୁଥିଲା ଜନ ସମର୍ଥନ। ଯେଉଁଠି ଜନ ସମର୍ଥନ ମିଳୁଥିଲା ସେଠି ତାଙ୍କ ନେତୃତ୍ବକ