ଜଳ ବିହୁନେ କଟୁଛି ଆଦିବାସୀଙ୍କ ଜୀବନ
by Argus News
Thu, Jun 27 | 6:47 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଅଭିଶପ୍ତ ଜୀବନ। ଜଳ ବିହୁନେ କଟୁଛି ଆଦିବାସୀଙ୍କ ଜୀବନ। ଉପାନ୍ତରେ ଭୋଗୁଛନ୍ତି ମରୁଭୂଇଁ ର ଯନ୍ତ୍ରଣା। ଶୋଷ ମେଣ୍ଟାଇବା ପାଇଁ ବିଶୁଦ୍ଧ ପାନୀୟଜଳ ପାଲଟିଛି ଅମୃତ । କଳାହାଣ୍ଡି  ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ଅଭିଶପ୍ତ ଗାଁ ପିପଲଗୁଡା ।  ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ବୃଦେଲଗୁଡା ସାହି ଓ ଅମଠାଗୁଡା ସମେତ ଦୁଇଟି ସାହି ରହିଛି । ଯେଉଁଠି ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଲୋକେ ବୱାସ କରନ୍ତି। ଯେଉଁ ମଧ୍ୟର ଅଧିକାଂସ ଭୂମିହୀନ ଅଟନ୍ତି । ତେବେ ଜଙ୍ଗଲ ମଧ୍ୟରେ ଥିବା ଏହି ମୂଳକରେ କେବେ ପ୍ରଶାସନର ପାଦ ପଡନି।

ଆଜି ବି ଏହି ଦୁଇ ସାହିରେ ଗୋଟିଏ ବି ନଳକୂପ ନାହିଁ । ଅଞ୍ଚଳବାସୀ ପୁରୁଷା ପୁରୁଷା ଧରି କର୍ଲାପାଟ ଅଭୟାରଣ୍ୟ ଦେଇ ବୋହିଯାଇଥିବା ନାଳ ପାଣି ପିଇ ଜୀଵନ ବଞ୍ଚାଇଥାନ୍ତି । ବହୁ ବର୍ଷ ପୂର୍ବରୁ ଗୋଟିଏ କୂଅ ଖୋଳି ସେଥିରେ ନଳକୂପ କରାଯାଇଥିଲା । ହେଲେ ତାହା ୧୫ ବର୍ଷ ରୁ ଅଧିକ ହେବ ଖରାପ ହୋଇ ପଡ଼ିଛି ।  
ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ନାଳର ପାଣି ଆଣି ବ୍ୟବହାର କରୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ପିପଲଗୁଡା ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି ପାନୀୟଜଳ। ନାହିଁ ନଳକୂପ, ପୁରୁଷ ପୁରୁଷ ଧରି  ନାଳ ପାଣି ପିଇ ଜୀଵନ ବଞ୍ଚାଇଛନ୍ତି ସ୍ଥାନୀୟ ବାସିନ୍ଦା। ଏଠି ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ। ପାହାଡ ଚଢି ପାରୁନି ବସୁଧା। ବର୍ଷ ବର୍ଷ ଧରି ନେତା ଓ ପ୍ରଶାସନ ହାତରେ ବନ୍ଧା ପଡ଼ିଛି ନିରୀହ ଆଦିବାସୀଙ୍କ ଭାଗ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା