ବଢୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା, ନିରାକରଣର ମଙ୍ଗ ଧରିଛନ୍ତି ଆଶା ଦିଦି
by Argus News
Sun, Jul 14 | 6:16 p.m.

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଚାକିଡି ଗ୍ରାମ ପଂଚାୟତରେ ବଢିଚାଲିଛି ମ୍ୟାଲେରିଆର ସଂକ୍ରମଣ । ବାରିବେଡା, ଜାରକାଣି, ଭାଦୁଆକଚା ଗାଁରେ ଘରକୁ ଘର ବ୍ୟାପିଛି ମ୍ୟାଲେରିଆ । ପାଖାପାଖି 70 ପ୍ରତିଶତ ଲୋକ ମ୍ୟାଲେରିଆ ଆକ୍ରାନ୍ତ । କିନ୍ତୁ ନିରାକରଣ ନିମନ୍ତେ ଗ୍ରାଉଣ୍ଡ ଜିରୋରେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନି । କିନ୍ତୁ ଖବର ପାଇଲା ମାତ୍ରେ କିଟ୍ ଧରି ଘରେ ଘରେ ପହଁଚି ସେବା ଯୋଗାଉଛନ୍ତି  ଆଶା ଦିଦି ଜାଉନା ସୋରେନ । ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରୁ କେବଳ କିଟ ଓ ମେଡିସିନ ଦେଇ ଅଧିକାରୀ ମାନେ ନିଜର କାମ ତୁଲାଇ ଦେଉଥିବା ଅଭିଯୋଗ ହୋଇଛି ।

ବାଙ୍ଗିରିପୋଷି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ମ୍ୟାଲେରିଆ ନିରାକରଣ ଦାୟିତ୍ଵରେ ଥିବା ଅଧିକାରୀଙ୍କ କଥା ନକହିବା ଭଲ । କେବଳ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସି ନିଜର ଡିୟୁଟି ତୁଲାଉ ଥିବାବେଳେ ମ୍ୟାଲେରିଆ ପ୍ରବଣ ଅଂଚଳରେ ତାଙ୍କର ଦେଖା ମିଳେନାହିଁ। ଚାକିଡି ଗ୍ରାମ ପଂଚାୟତରେ ମ୍ୟାଲେରିଆ ସଂକ୍ରମଣରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା